ଖେଳ ଖବର

ନେପାଳକୁ ହରାଇ ସୁପର-୮ରେ ବାଂଲାଦେଶ, ଜୁନ ୨୨ରେ ଭାରତକୁ ଭେଟିବ – Kalinga News

[ad_1]

ସେଣ୍ଟ ଭିନସେଣ୍ଟ : ନେପାଳକୁ ୨୧ ରନ୍ ରେ ପରାସ୍ତ କରିଛି ବାଂଲାଦେଶ । ଏହା ସହିତ ବାଂଲାଦେଶ ଦଳ ସୁପର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ନେଦରଲାଣ୍ଡର ଆଶା ଭାଙ୍ଗି ଯାଇଛି ଏବଂ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ବାଂଲାଦେଶ ଦଳ ଜୁନ୍ ୨୨ରେ ସୁପର୮ରେ ଭାରତକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରି ନେପାଳ ବିପକ୍ଷରେ ବାଂଲାଦେଶ ୧୦୬ ରନ୍ କରିଥିଲା। ଜବାବରେ ନେପାଳ ଦଳ ୮୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା।

୧୦୬ ରନର ପିଛା କରୁଥିବା ନେପାଳ ଆରମ୍ଭରୁ ଝଟକା ପାଇଥିଲା । କୁଶଲ ଭୁର୍ତେଲ ମାତ୍ର ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଅନୀଲ କୁମାର ଖାତା ଖୋଲି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ପାଉଡେଲ ସୁଦୀପ ଜୋରା ମଧ୍ୟ ବଡ଼ ଇନିଂସ ଖେଳି ପାରିନଥିଲେ। କୁଶଲ ମଲ୍ଲା ଦୀପେନ୍ଦ୍ର ସିଂହ ଏରି କିଛି ସମୟ ୱିକେଟ୍ ରେ ରହିବାକୁ ଚେଷ୍ଟା କରିଥିଲେ ମଧ୍ୟ ମୁସ୍ତାଫିଜୁର ରେହମାନ ଏହି ଦୁଇ ଖେଳାଳିଙ୍କୁ ଆଉଟ୍ କରି ନେପାଳର ବ୍ୟାଟିଂ କ୍ରମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କୁଶଲ ୨୭ ଦୀପେନ୍ଦ୍ର ୨୫ ରନ୍ କରିଥିଲେ। ଶେଷ ଓଭରରେ ନେପାଳକୁ ବିଜୟ ପାଇଁ ୨୨ ରନ୍ ଦରକାର ଥିଲା। କିନ୍ତୁ ଏହାପରେ ସୋମପାଲ କାମି ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଅବିନାଶ ବୋହରା ଦ୍ୱିତୀୟ ବଲରେ ଆଉଟ ହୋଇଥିଲେ। ନେପାଳର ପୂରା ଟିମ୍ ମାତ୍ର ୮୫ ରନ୍ କରିପାରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button