ଖେଳ ଖବର

ନେତୃତ୍ବ ପରିବର୍ତ୍ତନ ଉପରେ ନିରବତା ଭାଙ୍ଗିଲେ ପାଣ୍ଡ୍ୟା – Kalinga News

[ad_1]

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦଳରେ ନେତୃତ୍ବ ପରିବର୍ତ୍ତନକୁ ନେଇ ଉଠିଥିବା ବିବାଦ ଉପରେ ନିରବତା ଭାଙ୍ଗିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା ବେଳେ ସେଠାରେ ପାଣ୍ଡ୍ୟା ଯୋଗଦେଇ ନେତୃତ୍ବ ପରିବର୍ତ୍ତନ ହେବା ପରେ ରୋହିତ ଶର୍ମା ଓ ତାଙ୍କ ଭିତରେ କୌଣସି ଖରାପ ସଂପର୍କ ଦେଖାଦେଇ ନଥିବା କହିଛନ୍ତି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସ ସହିତ ବ୍ୟାବସାୟିକ ଅଦଳବଦଳ ଭିତ୍ତିରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ କରାଯାଇଛି। ପାଣ୍ଡ୍ୟା ଆସିବା ପରେ ରୋହିତଙ୍କୁ ଦଳର ନେତୃତ୍ବରୁ ହଟାଇ ଦିଆଯାଇଥିଲା।

ତେବେ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିବା ଉପରେ ସେ ବହୁତ ଖୁସି ଅଛନ୍ତି। ଏହି ଦଳ ସହିତ ୨୦୧୫ ମସିହାରୁ ଯୋଡ଼ି ହେବା ପରଠୁ ବହୁତ କିଛି ଜାଣିବାକୁ ପାଇଥିଲି। କିନ୍ତୁ ଏତେ ବାଟ ଆସିବି ବୋଲି କେବେ ଭାବି ନଥିଲି। ଆଗକୁ ୱାଙ୍ଖଡ଼େରେ‌ ଖେଳିବାକୁ ସେ ବ୍ୟଗ୍ର ଥିବା କହିଛନ୍ତି। ପରେ ଅଧିନାୟକ ପରିବର୍ତ୍ତନ ଘଟଣା ଉପରେ ପାଣ୍ଡ୍ୟା କହିଥିଲେ, ରୋହିତ ଭାରତୀୟ ଦଳର ଅଧିନାୟକ। ତାଙ୍କ ନେତୃତ୍ବରେ ଦଳ ଯାହା କିଛି ଅର୍ଜନ କରିଛି, ତାହାକୁ ଆଗେଇ ନେବି। ମୁଁ ମୋର ସଂପୂର୍ଣ୍ଣ ଖେଳଜୀବନ ତାଙ୍କ ଅଧୀନରେ ଖେଳିଛି ଓ ସବୁବେଳେ ତାଙ୍କ ହାତ ମୋ କାନ୍ଧ ଉପରେ ରହିଛି ବୋଲି ମୁଁ ଜାଣେ। ହେଲେ କେବେ ଭଲଭାବେ ତାଙ୍କ ସହିତ ଏହି ବିଷୟ ଉପରେ ଆଲୋଚନା କରିବାକୁ ସମୟ ମିଳିନି। ରୋହିତ ସେତେ‌ବେଳେ ବ୍ୟସ୍ତ ସୂଚୀ ମଧ୍ୟରେ ଗତି କରିଥିବାରୁ କିଛି କଥାବାର୍ତ୍ତା ହୋଇପାରି ନଥିଲା। କିନ୍ତୁ ଯେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ଶିବିରରେ ଯୋଗଦେବେ ସେତେବେଳେ ତାଙ୍କ ସହିତ ଏହା ଉପରେ ଆଲୋଚନା କରିବି ବୋଲି ପାଣ୍ଡ୍ୟା କହିଛନ୍ତି। ଏଥିସହିତ ଆସନ୍ତା ଆଇପିଏଲ୍‌ରେ ସେ ବୋଲିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଗତବର୍ଷ ଆହତ ସ୍ଥିତିକୁ ଏଡ଼ାଇବା ପାଇଁ କେବଳ ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button