ରାଜ୍ୟ

ସେବା ଓ ସମର୍ପଣ ପ୍ରତି ଯୁବଡାକ୍ତରଙ୍କ ପ୍ରତିବଦ୍ଧତା: ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନରେ ସରିଲା ନିର୍ବନ୍ଧ

ଯାଜପୁର: ଜୀବନବ୍ୟାପୀ ରୋଗୀସେବା ଓ ସମାଜସେବାର ସଂକଳ୍ପ ନେଇ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଯୁବଡାକ୍ତର ଅର୍ଚିଂଶୁ ବେଦାନ୍ତ ପରିଡ଼ା ଓ ଡାକ୍ତର ମଞ୍ଜୋରୀ ଭଟ୍ଟାଚାର୍ଯ୍ୟ। ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ମଧ୍ୟରେ ଚଣ୍ଡିଖୋଲସ୍ଥିତ ପ୍ରସିଦ୍ଧ ମହାବିନାୟକ ପୀଠରେ ଗତ ଶୁକ୍ରବାର ଏହି ଦୁଇ ଯୁବଡାକ୍ତରଙ୍କ ନିର୍ବନ୍ଧ ହୋଇଛି। ନଥିଲା ବାଜାବାଣ କିମ୍ବା ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା। ରକ୍ତ ସଂଗ୍ରହ ପାଇଁ ଭୁବନେଶ୍ୱର ଏମ୍‌ସ ଓ କୋଉଡକୋଲ ସଚ୍ଚିଦାନନ୍ଦ ମେମୋରିଆଲ ହସ୍ପିଟାଲ ସହଯୋଗରେ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ପହଞ୍ଚିଥିଲା। ରକ୍ତଚାପ, ମଧୁମେହ ପରୀକ୍ଷା ସମେତ ବିଭିନ୍ନ ରୋଗର ନିଦାନ ପାଇଁ ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବିଭିନ୍ନ ରୋଗର ଉପଶମ ପାଇଁ ମାଗଣା ଔଷଧ ବିତରଣ କରାଯାଇଥିଲା।

ଡାକ୍ତର ଓ ଟେକ୍ନିସିଆନ୍‌ଙ୍କ ସହଯୋଗରେ ରକ୍ତ ସଂଗ୍ରହ କରାଯାଇଥିଲା। ପୀଠ ପରିଦର୍ଶନରେ ଆସିଥିବା ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏହି ଶିବିରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଆବଶ୍ୟକ ଔଷଧ ନେଇଥିଲେ। ଅନେକ ସ୍ଥାନୀୟ ଲୋକ ମଧ୍ୟ ଏହି ସେବାର ସୁଯୋଗ ନେଇଥିଲେ। ବହୁ ଲୋକ ଉତ୍ସାହିତ ହୋଇ ଶିବିରରେ ରକ୍ତଦାନ କରଥିଲେ। ସମସ୍ତ ଡାକ୍ତର, ସ୍ବେଚ୍ଛାସେବୀ, ଟେକ୍ନିସିଆନ, ଶିବିର ପରିଚାଳକ, ଅନାଥ ଓ ଅସହାୟ ଲୋକ ଏକାଠି ହୋଇ ପ୍ରସାଦ ସେବନ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ବାପା ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନାର ଓଙ୍କଲୋଜି (କ୍ୟାନସର) ବିଭାଗ ମୁଖ୍ୟ ଡାକ୍ତର ପ୍ରଫେସର ଦିଲୀପ କୁମାର ପରିଡ଼ା ଓ ମା’ ଲିଜ଼ା ପରିଡ଼ାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସେବାମାର୍ଗକୁ ବାଛିଛନ୍ତି ବୋଲି ଡାକ୍ତର ଅର୍ଚିଂଶୁ କହିଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button