ଖେଳ ଖବର

ୱାର୍ଣ୍ଣରଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଯାତ୍ରା ଶେଷ – Kalinga News

[ad_1]

ଗ୍ରସ୍‌ ଆଇଲେଟ୍‌: ଅଷ୍ଟ୍ରେଲିଆର ଭେଟେରାନ୍‌ ପ୍ରାରମ୍ଭିକ ବ୍ୟାଟର୍‌ ଡେଭିଡ୍‌ ୱାର୍ଣ୍ଣରଙ୍କ ୧୫ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍‌ ଯାତ୍ରା ଶେଷ ହୋଇଛି। ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ତାଙ୍କର ଶେଷ ଆନ୍ତର୍ଜାତିକ ଆବିର୍ଭାବ ହେବ ବୋଲି ସେ ଘୋଷଣା କରିଥିଲେ। ସୋମବାର ଭାରତଠୁ ଅଷ୍ଟ୍ରେଲିଆ ପରାଜିତ ହେବା ପରେ ଏହି ଦଳର ସେମିଫାଇନାଲ୍‌ ଖେଳିବା ଆଶା ମଙ୍ଗଳବାର ହୋଇଥିବା ଆଫଗାନିସ୍ତାନ-ବାଂଲାଦେଶ ମ୍ୟାଚ୍‌ ଉପରେ ନିର୍ଭର କରୁଥିଲା। କିନ୍ତୁ ଆଫଗାନିସ୍ତାନ ଏହି ମ୍ୟାଚ୍‌ ଜିତିଯିବାରୁ ଅଷ୍ଟ୍ରେଲିଆରର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଯାଇଛି। ଫଳରେ ଡେଭିଡ୍‌ ୱାର୍ଣ୍ଣର ଭାରତ ବିପକ୍ଷରେ ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଏଥିସହ ଶେଷ ଆବିର୍ଭାବରେ ‌ୱାର୍ଣ୍ଣରଙ୍କ ନିଜ ଦଳକୁ ବିଜେତା କରାଇବା ସ୍ବପ୍ନ ମଧ୍ୟ ସବୁଦିନ ପାଇଁ ଅଧୁରା ହୋଇ ରହିଯାଇଛି। ସୁପର-୮ରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିବାରେ ସକ୍ଷମ ହୋଇଥିଲା। କଙ୍ଗାରୁ ଦଳ ଭାରତ ଓ ଆଫଗାନିସ୍ତାନଠୁ ପରାଜିତ ହୋଇଥିଲା ବେଳେ କେବଳ ବାଂଲାଦେଶକୁ ହରାଇ ପାରିଥିଲା।

୩୭ ବର୍ଷୀୟ ୱାର୍ଣ୍ଣର ୨୦୦୯ ଜାନୁଆରିରେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। କିନ୍ତୁ ତାଙ୍କର ବିଦାୟୀ ମ୍ୟାଚ୍‌ରେ ସେ ୬ରନ୍‌ ସଂଗ୍ରହ କରିଥିଲେ। ଗତବର୍ଷ ଭାରତରେ ହୋଇଥିବା ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ପରେ ସେ ଆନ୍ତର୍ଜାତିକ ଦିନିକିଆରୁ ଅବସର ନେଇଥିଲେ ଓ ଜାନୁଆରିରେ ପାକିସ୍ତାନ ବିପକ୍ଷ‌ରେ ତାଙ୍କର ଶେଷ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ଭାବେ ଅବସର ନେଇଛନ୍ତି। ୧୧୦ ମ୍ୟାଚ୍‌ରୁ ୩୩.୪୩ ହାରରେ ୩୨୭୭ ରନ୍‌ ସଂଗ୍ରହ କରିଛନ୍ତି। ଯାହାମଧ୍ୟରେ ୧ ଶତକ ଓ ୨୮ ଅର୍ଦ୍ଧଶତକ ସାମିଲ ଅଛି। ୨୦୧୧ରୁ ୨୦୨୪ ମଧ୍ୟରେ ସେ ଖେଳିଥିବା ମୋଟ୍‌ ୧୧୨ ଟେଷ୍ଟ୍‌ ମ୍ୟାଚ୍‌ରୁ ୨୬ ଶତକ ଓ ୩୭ ଅର୍ଦ୍ଧଶତକ ସହାୟତାରେ ୮୭୮୬ ରନ୍‌ ସଂଗ୍ରହ କରିଥିଲେ। ଦିନିକିଆରେ ମଧ୍ୟ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ୧୬୧ ଦିନିକିଆରେ ସେ ଅଷ୍ଟ୍ରେଲିଆକୁ ପ୍ରତିନିଧିତ୍ବ କରିଥିଲା ବେଳେ ୬୯୩୨ ରନ୍‌ ସଂଗ୍ରହ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ମୋଟ୍‌ ୪୯ ଶତକ ଅର୍ଜନ କରିଥିଲେ। ଖ୍ୟାତି ସହିତ ବିବାଦ‌ ମଧ୍ୟ ତାଙ୍କ କ୍ୟାରିୟରରେ ସମାନ୍ତରାଳ ଭାବେ ଗତି କରୁଥିଲା। ସ୍ୟାଣ୍ଡପେପର୍‌ ଗେଟ୍‌ ସ୍କାଣ୍ଡାଲ୍‌ରେ ତାଙ୍କର ସଂପୃକ୍ତି ଥିବା ଜଣାପଡ଼ିବା ପରେ ସେ ଏଥିପ୍ରତି ଅନୁତପ୍ତ ଥିଲେ। ଷ୍ଟିଭ୍‌ ସ୍ମିଥ୍‌ଙ୍କ ସହ ତାଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଏଥିସହିତ ସେ ଜୀବନବ୍ୟାପି ଆଉ ଦଳର ନେତୃତ୍ବ ନେଇପାରିବେନି ବୋଲି ଅତିରିକ୍ତ ଦଣ୍ଡପାଇଥିଲେ। ଆଇପିଏଲ୍‌ରେ ତାଙ୍କ ନେତୃତ୍ବରେ ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ ବିଜେତା ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button