ଖେଳ ଖବର

ଶ୍ରୀଲଙ୍କାକୁ ବ୍ରେକ୍‌ ଦେଲେ ପରାଗ୍‌, ଭାରତ ପାଇଁ ୨୪୯ ରନ୍‌ର ଟାର୍ଗେଟ୍‌

ସମାଜ ଡିଜିଟାଲ ଡେସ୍କ: ବୁଧବାର ତୃତୀୟ ଦିନିକିଆରେ ଭାରତ ପାଇଁ କର ବା ମର ସ୍ଥିତି ରହିଥିବାବେଳେ ଶ୍ରୀଲଙ୍କା ୨୪୯ ରନର ଟାର୍ଗେଟ ଦେଇଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରୀଲଙ୍କା ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ ଟାଇ ହୋଇଥିବାରୁ ଭାରତକୁ ସିରିଜ ବଞ୍ଚାଇବାକୁ ହେଲେ ୩ୟ ମ୍ୟାଚ ଜିତିବାକୁ ହେବ।

୩ୟ ଦିନିକିଆରେ ଘରୋଇ ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୪୮ ରନ ସଂଗ୍ରହ କରିଛି।

ଅଭିସ୍କା ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକୀୟ ଇନିଂସ(୯୬ ରନ) ବଳରେ ଦଳ ବଡ଼ ସ୍କୋର ଅଭିମୁଖେ ଯାଉଥିବାବେଳେ ଏଥିରେ ବ୍ରେକ୍ ଲଗାଇବାରେ ସଫଳ ହୋଇଛନ୍ତି ରିୟାନ ପରାଗ। ପରାଗ ୯ ଓଭର ବୋଲିଂ କରି ୫୪ ରନ ବିନିମୟରେ ଗୁରୁତ୍ଵପୂର୍ଣ୍ଣ ୩ଟି ଓ୍ବିକେଟ ଅକ୍ତିଆର କରିଛନ୍ତି।

ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ଭଲ ପ୍ରାରମ୍ଭ କରିଥିଲା। ଆରମ୍ଭରୁ ଭାରତୀୟ ବୋଲରମାନେ ବିଫଳ ହୋଇଥିଲେ। ଶ୍ରୀଲଙ୍କା ଓପନର ପାଥୁମ ନିଶାଙ୍କା ୪୫ ରନ ଏବଂ ଅଭିସ୍କା ୯୬ ରନ୍‌ର ଇନିଂସ ଖେଳି ଦଳକୁ ଦୃଢ଼ ସ୍ଥିତିକୁ ନେଇଥିଲେ। ଦଳ ୮୯ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା। ଏହା ପରେ କୁସଲ ମେଣ୍ଡିସ ଏବଂ ଅଭିସ୍କା ଦଳକୁ ଆଗେଇ ନେଇଥିଲେ। ହେଲେ ପରାଗ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ମ୍ୟାଚର ମୋଡ ବଦଳାଇ ଦେଇଥିଲେ। ଏହା ପରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇବାରେ ଲାଗିଥିଲା। ଅଭିସ୍କା ଆଉଟ ହେବା ପରେ ଭାରତୀୟ ବୋଲରମାନେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ିଥିଲେ। ଅକ୍ଷର ପଟେଲ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button