ଖେଳ ଖବର

ଆଇପିଏଲ ଆରମ୍ଭ ପୂର୍ବରୁ ଭୃଲତା ଓ କେଶକୁ ନୂଆ ରୂପ ଦେଲେ ବିରାଟ – Kalinga News

[ad_1]

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ।

ଏହି ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଦୀର୍ଘଦିନ ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଏମଏସ ଧୋନି ମୁହାଁମୁହିଁ ହେବେ। ଯାହାକୁ ଖେଳପ୍ରେମୀ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ଏହି କ୍ରମରେ ଦେଖିବାକୁ ଗଲେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ଚର୍ଚ୍ଚିତ କେଶ ସଜାଳି ଆଲିମ ହାକିମଙ୍କ ପାଖକୁ ଯାଇ କେଶ ଓ ଭୃଲତାକୁ ନୂଆ ରୂପରେ ସଜାଇଛନ୍ତି। ନୂଆ ଷ୍ଟାଇଲରେ କେଶ କାଟିବା ପରେ ବିରାଟ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। କିଏ କିଏ ତ ବିରାଟଙ୍କ ନୂଆ  କେଶ ସଜ୍ଜା ଦେଖି ସଙ୍ଗେସଙ୍ଗେ ସ୍ୟାଲୁନରେ ପହଞ୍ଚି ନିଜ କେଶକୁ ବି ସେଭଳି ରୂପ ଦେଇଥିଲେ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିଙ୍ଗ କୋହଲି ମାର୍ଚ୍ଚ ୨୨ ତାରିଖରେ ଖେଳାଯିବାକୁ ଥିବା ଓପନିଂ ମ୍ୟାଚ୍ ପୂର୍ବରୁ ସେ ବେଙ୍ଗାଲୁରୁର ପ୍ରି-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଦଳରେ ଯୋଗଦେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button