ଦେଶ- ବିଦେଶ

ଇମର୍ଜେନ୍ସିକୁ କଳା ଦିବସ ପାଳିଲା ବିଜେବି; ଟ୍ବିଟ୍‌ରେ କଂଗ୍ରେସ୍‌କୁ ଘେରିଲେ ମୋଦୀ – Kalinga News

[ad_1]

ନୂଆଦିଲ୍ଲୀ: ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ୪୯ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଜୁନ୍ ୨୫ ତାରିଖକୁ କଳା ଦିବସ ଭାବେ ପାଳୁଛି ବିଜେପି। ଏହାକୁ ବିରୋଧ କରି ବିଜେପି କଂଗ୍ରେସକୁ ଟାର୍ଗେଟ୍‌ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟାର୍ଗେଟ୍ର ନେତୃତ୍ବ ନେବା ସହ ଲଗାତାର ୪ଟି ଟ୍ବିଟ୍‌ କରି କଂଗ୍ରେସ୍‌କୁ ଘେରିଛନ୍ତି। ମୋଦି କହିଛନ୍ତି, ଆଜି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ସେହି ସମସ୍ତ ମହାନ ପୁରୁଷ ଓ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ। #DarkDaysOfEmergency ଆମକୁ ସ୍ମରଣ କରାଏ ଯେ କଂଗ୍ରେସ କିପରି ମୌଳିକ ସ୍ୱାଧୀନତାକୁ ନଷ୍ଟ କରିଥିଲା ଏବଂ ଭାରତର ସମ୍ବିଧାନକୁ ଖଣ୍ଡନ କରିଥିଲା, ଯାହାକୁ ପ୍ରତ୍ୟେକ ଭାରତୀୟ ସମ୍ମାନ କରନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button