ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଆଖୁରସ ପିଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି କି …ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ ତେବେ ଆଖୁରସ ଶରୀରକୁ ତାଜା ରଖିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଆଖୁରସରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ, ଯାହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏହାର ସେବନ କଲେ ଜଣ୍ଡିସ, ହେକୁଟି ସବୁ ଦୂର ହୋଇ ଯାଇଥାଏ । ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ,ମ୍ୟାଗ୍ନେଶୀୟମ, କୋବାଲ୍ଟ, ଜିଙ୍କ ଭଳି ମିନେରାଲ ରହିଥାଏ । ଏହାସହିତ ଏଥିରେ ଭିଟାମିନ ଏବଂ ଫାଇବର ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଆଖୁରସର ଉପକାରିତା ବିଷୟରେ ।

ପ୍ରଥମ ହେଉଛି ଗ୍ଲୁକୋଜର ଆବଶ୍ୟକତାକୁ ଦୂର କରିଥାଏ । ଆଖୁରସ ରେ ପ୍ରାକୃତିକ ଉପାୟରେ ସୁଗାର ରହିଥାଏ । ଯାହା ଆମ ଶରୀରରେ ଗ୍ଲୁକୋଜର ଆବଶ୍ୟକତା ଦୂର ହୋଇଥାଏ ଏବଂ ଶରୀରରେ ଜଳର ମାତ୍ରା ବୃଦ୍ଧି କରିଥାଏ । ଏହାର ସେବନ କଲେ ଆପଣ ସତେଜ ଅନୁଭବ କରିବେ । ତେଣୁ ଖରାଦିନେ ଯଦି ଆପଣ ହାଲିଆ ହେଉଛନ୍ତି ତାହେଲେ ଆପଣ ଆଖୁରସ ନିଶ୍ଚିତ ରୂପରେ ସେବନ କରନ୍ତୁ । ଏହାଦ୍ବାରା ଆପଣ ଥକା ଅନୁଭବ କରିବେ ନାହିଁ ।

ତେବେ ଦ୍ଵିତୀୟ ହେଉଛି ଥଣ୍ଡା,କାଶ ଦୂର କରିଥାଏ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି ଏବଂ ଗଳା ବ୍ୟଥା ସମସ୍ୟା ଦେଖା ଯାଉଛି, ତେବେ ଆପଣ ଆଖୁରସର ସେବନ କରି ପାରିବେ । ଆଖୁରସ ସେବନ କଲେ ଏହା ଥଣ୍ଡା, କାଶ ଦୂର ହୋଇଥାଏ । କାଶ ହେଉଥିଲେ ମଧ୍ୟ ଆପଣ ଆଖୁରସ ସେବନ କରି ପାରିବେ ।

ତୃତୀୟ ହେଉଛି ଜଣ୍ଡିସ ରୋଗରୁ ମୁକ୍ତି ମିଳିଥାଏ । ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁରସ ଅଧିକ ଉପକାରୀ ଅଟେ । ଜଣ୍ଡିସ ରୋଗରୁ ମୁକ୍ତି ପାଇଁ ଗୋଟେ ଗ୍ଲାସ ଆଖୁରସ ମଧ୍ୟରେ ଏକ ଚାମୋଚ ଲେମ୍ବୁରସ ଓ କିଛି ଲୁଣ ମିଶାଇ ସେବନ କରିବାକୁ ପଡ଼ିବ । ଏହାର ସେବନ ଦ୍ଵାରା ଆପଣଙ୍କୁ ଖୁବ୍ ଶୀଘ୍ର ଜଣ୍ଡିସ ରୋଗରୁ ମୁକ୍ତି ମିଳିବ । ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତାହେଲେ ଆଖୁରସ ସେବନ କରନ୍ତୁ, ଏହା ଆପଣଙ୍କ ପାଇଁ ଆରାମଦାୟକ ଅଟେ ।

ଚତୁର୍ଥ ହେଉଛି କ୍ୟାନ୍ସର ରୋଗ ଭଲ କରିଥାଏ । ଆଖୁରସ ସେବନ ଦ୍ଵାରା କ୍ୟାନ୍ସର ରୋଗ ଭଲ ହୋଇଥାଏ । ଆଖୁରସ ମଧ୍ୟରେ କ୍ୟାଲସିୟମ, ମ୍ୟାଗ୍ନେସୀୟମର ପରିମାଣ ଅଧିକ ରହିଥାଏ । ତେଣୁ ଏହା ଆଖୁରସର କ୍ଷାର ଅଂଶକୁ ଦୂର କରିଥାଏ । ପଞ୍ଚମ ହେଉଛି ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା କରିଥାଏ । ଆଖୁରସ ସେବନ କଲେ ହୃଦୟ ସମ୍ବନ୍ଧିତ ରୋଗ ଯେପରି ହୃଦଘାତରୁ ରକ୍ଷା କରିଥାଏ ।

ଆଖୁରସ ସେବନ କଲେ ଏହା ଶରୀରର କଲେଷ୍ଟ୍ରଲର ମାତ୍ରା ହ୍ରାସ କରିଥାଏ । ତେଣୁ ଧମନୀରେ ଚର୍ବି ଜମାଟ ବାନ୍ଧି ନଥାଏ ଏବଂ ହୃଦଘାତରୁ ରକ୍ଷା ମିଳିଥାଏ । ଷଷ୍ଠ ହେଉଛି ହଜମକ୍ରୀୟା ଠିକ୍ ରଖିଥାଏ । ଆଖୁରସରେ ପ୍ରଚୁର ପରିମାଣରେ ପଟାସୀୟମ ରହିଥିବା ଯୋଗୁଁ ଏହା ପାଚନ କ୍ରିୟା ଉତ୍ତମ ରଖିବା ସହିତ ଅନେକ ପ୍ରକାରର ପେଟ ରୋଗରୁ ରକ୍ଷା କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button