ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ାଇବ ଭାରତ: ଭାରତୀୟ ଡ୍ରେସିଂ ରୁମ୍ରେ ରିଚାର୍ଡ୍ସ – Kalinga News

[ad_1]
ଗ୍ରସ୍ ଆଇଲେଟ୍: ବିଶ୍ବମାନ୍ୟତାରେ ୮ଟି ସ୍ଥାନ ତଳେ ଥିବା ଆଫଗାନିସ୍ତାନଠାରୁ ହାରି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଅସହ୍ୟ ଚାପରେ ରହିଛି। ଏହି ଚାପକୁ ଆହୁରି ବଢ଼ାଇବା ଲକ୍ଷ୍ୟରେ ରହିଛି ଭାରତ। ସୋମବାର ଦୁଇ ଦଳ ସୁପର-୮ର ଅନ୍ୟତମ ସୁପର ଫାଇଟ୍ରେ ପୁରସ୍ପରର ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ କର ବା ମର ପାଲଟିଯାଇଛି। ଅନ୍ୟପକ୍ଷରେ ଲଗାତାର ଦୁଇଟି ବିଜୟ ପାଇ ଭାରତ ଅପେକ୍ଷାକୃତ ଦୃଢ଼ ସ୍ଥିତିରେ ଅଛି। ରବିବାର ଜିତିଲେ ଭାରତ ଲିଗ୍ ଭଳି ସୁପର-୮ରେ ଅପରାଜେୟ ରହି ସେମିଫାଇନାଲ୍କୁ ଯିବ। ଏହା ହେଲେ କିନ୍ତୁ ଅଷ୍ଟ୍ରେଲିଆର ଅଡ଼ୁଆ ଯଥେଷ୍ଟ ବଢ଼ିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଜିତିଲେ ମଧ୍ୟ ସେମିଫାଇନାଲ୍ ଖେଳିବା ଲାଗି ତାକୁ ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍ର ଫଳାଫଳକୁ ଅପେକ୍ଷା କରିବାକୁ ହେବ। ସୋମବାର ମ୍ୟାଚ୍ ଜିତିଲେ ମଧ୍ୟ ଭାରତ ଉଭୟ ଦିନିକିଆ ବିଶ୍ବକପ୍ ଫାଇନାଲ୍ ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ଅଷ୍ଟ୍ରେଲିଆଠାରୁ ନେବ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ମହମ୍ମଦ ସିରାଜଙ୍କ ସ୍ଥାନରେ କୁଲଦୀପ ୟାଦବଙ୍କୁ ନେଇ ମଇଦାନକୁ ଓହ୍ଲାଇବାର ସମ୍ଭାବନା ଅଧିକ। ବାଂଲାଦେଶ ବିପକ୍ଷରେ ବିରାଟ କୋହଲି ଫର୍ମକୁ ଫେରିଥିବାରୁ ରୋହିତ ଶର୍ମାଙ୍କ ଉପରେ ସବୁ ଭାରତୀୟଙ୍କ ନଜର ରହିବ। ରୋହିତଙ୍କ ବ୍ୟାଟ୍ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ଶାନ୍ତ ଥିବାରୁ ପ୍ରଶଂସକ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କଠାରୁ ଏକ ବଡ଼ ପାଳି ଆଶାରେ ରହିବେ। ଶନିବାର ଏଠାରେ ପହଞ୍ଚିବା ପରେ ଭାରତୀୟ ଦଳ ଅଭ୍ୟାସ କରିପାରିନାହିଁ। ରବିବାର କିନ୍ତୁ ଭାରତୀୟ ଖେଳାଳି ଢେର ସମୟ ନେଟ୍ସରେ କଟାଇ ଅଷ୍ଟ୍ରେଲିଆ ରୂପକ ବଡ଼ ଆହ୍ବାନ ପାଇଁ ନିଜ ନିଜ ଦକ୍ଷତାକୁ ଆହୁରି ଶାଣିତ କରିଛନ୍ତି। ଆଡାମ ଜାମ୍ପା ଓ ଆଷ୍ଟନ ଆଗରଙ୍କ ସ୍ପିନ୍ ଯୋଡ଼ି ଭାରତୀୟ ବ୍ୟାଟର୍ଙ୍କୁ ପରୀକ୍ଷାରେ ପକାଇବେ।
ଡାରେନ୍ ସାମି ଷ୍ଟାଡିୟମ୍ର ଦିବା/ରାତ୍ର ମ୍ୟାଚ୍ ପ୍ରାୟତଃ ହାଇସ୍କୋରିଂ ହୋଇଥାଏ। ତେବେ ଭାରତ-ଅଷ୍ଟ୍ରେଲିଆ ଦିନରେ ଲଢ଼ିବେ। ଯାହା ଏହି ଷ୍ଟାଡିୟମ୍ର ଦ୍ବିତୀୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦। ଏଣୁ ଉଭୟ ଦଳ ଆଶା ଓ ଆଶଙ୍କାରେ ରହିଛନ୍ତି। ରୋହିତଙ୍କ ଭଳି ପ୍ରତିପକ୍ଷ ଅଧିନାୟକ ମିଚେଲ ମାର୍ସ ୬ ମ୍ୟାଚ୍ରୁ ୧୧୧ ଷ୍ଟ୍ରାଇକ୍ ରେଟ୍ରେ କେବଳ ୮୮ ରନ୍ କରିଛନ୍ତି। ତାଙ୍କ ପ୍ରଦର୍ଶନ ଅଷ୍ଟ୍ରେଲିଆ ପାଇଁ ଅନୁରୂପ ଭାବେ ଗୁରୁତ୍ବ ବହନ କରିବ। ଆଫଗାନିସ୍ତାନ ବିପକ୍ଷରେ ମିଚେଲ ଷ୍ଟାର୍କଙ୍କୁ ବାଦ୍ ଦେଇ ଆଗରଙ୍କ ରୂପରେ ଜଣେ ଅତିରିକ୍ତ ସ୍ପିନରଙ୍କୁ ଖେଳାଇଥିଲା ଅଷ୍ଟ୍ରେଲିଆ । ଭାରତ ବିପକ୍ଷରେ ଷ୍ଟାର୍କଙ୍କୁ ଫେରାଇ ଆଣିବା ଏକ ବିକଳ୍ପ ହେବ। ଉଭୟ ଦଳ ୩୧ ଟ୍ବେଣ୍ଟି-୨୦ରେ ଖେଳିଥିବାବେଳେ ଭାରତ ୧୯ ଓ ଅଷ୍ଟ୍ରେଲିଆ ୧୧ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି। ବିଶ୍ବକପ୍ରେ ୫ ମ୍ୟାଚ୍ରୁ ଭାରତ ୩ ଏବଂ ଅଷ୍ଟ୍ରେଲିଆ ୨ ଜିତିଛି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମ୍ରା, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍, ଟିମ୍ ଡେଭିଡ୍, ମାଥ୍ୟୁ ୱେଡ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ୍ ହାଜେଲଉଡ୍।
ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ପରେ ବ୍ୟାଟିଂ କିଂବଦନ୍ତି ଭିଭିଆନ୍ ରିଚାର୍ଡ୍ସଙ୍କୁ ଭାରତୀୟ ଡ୍ରେସିଂ ରୁମ୍ରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ଖେଳାଳିଙ୍କୁ ସମର୍ଥନ କରି କହିଥିଲେ, ‘ଯଦି ଦଳ ବିଫଳ ହୁଏ, ମୁଁ ତୁମ ପଛରେ ଅଛି, ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତ’। ଏହି ୭୨ ବର୍ଷୀୟ ଇଣ୍ଡିଜ୍ ବ୍ୟାଟିଂ କିଂବଦନ୍ତି ଭାରତର ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପୁରସ୍କାର ବଣ୍ଟନ ବେଳେ ଉପସ୍ଥିତ ଥିଲେ। ସେ ଏହି ପୁରସ୍କାର ସୂର୍ଯ୍ୟକୁମାର ୟାଦବଙ୍କୁ ପ୍ରଦାନ କରିଥିଲେ। ଭାରତୀୟ ଖେଳାଳିଙ୍କ ସହ ରିଚାର୍ଡ୍ସ ଆଲୋଚନା କରୁଥିବା ବେଳର ଭିଡିଓ ବିସିସିଆଇ ପୋଷ୍ଟ କରିଛି। ଏଥିରେ ସେ କହିଛନ୍ତି ‘‘ଆଜି ଭଲ କଲ, ସବୁ ଠିକ୍ ଚାଲିଛି ତ? କ’ଣ ଦଳ ବିଷୟରେ କହିବି, ଏବେତ ବହୁତ ଶକ୍ତିଶାଳୀ ଅଛି? ତୁମେମାନେ ବହୁତ ଭଲ କରୁଛ। ମୁଁ କେବଳ କହିବି ଯେ ଯଦି ୱେଷ୍ଟଇଣ୍ଡିଜ୍ ଖେଳାଳି କିଛି କରି ନପାରନ୍ତି, ମୁଁ ତୁମକୁ ସମର୍ଥନ କରିବି। ଏହା ଯଥେଷ୍ଟ ହେବ କି? ଜଣେ କାରବୀୟ ଭାବେ ଏଠାରେ ତୁମମାନଙ୍କୁ ଦେଖି ବହୁତ ଖୁସି’’। ସେ ମଧ୍ୟ ଭାରୀତୟ ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କୁ ପ୍ରଶଂସା କରିଥିଲେ।
[ad_2]