ଖଣ୍ଡିତର ସର୍ବଭାରତୀୟ କବାଡ଼ି: ରାଜ୍ୟ ବାହାର ଦଳର ଦମ୍ଦାର ପ୍ରଦର୍ଶନ – Kalinga News

[ad_1]
ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଖଣ୍ତିତରଠାରେ ଚାଲିଥିବା ୬୯ତମ ସର୍ବଭାରତୀୟ ଦିବାରାତ୍ର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତାର ଆଜି ଦ୍ବିତୀୟଦିନ ମଧ୍ୟାହ୍ନ ସୁଦ୍ଧା ହୋଇଥିବା ମ୍ୟାଚ୍ରେ ରାଜ୍ୟ ବାହାର ଦଳଗୁଡ଼ିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ଦଳ ସଫଳତା ହାସଲ କରିଛନ୍ତି। ଗୁରୁବାର ଉଦ୍ଘାଟନୀ ଦିବସରେ ବର୍ଷା ପାଇଁ ମାତ୍ର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ ଯାଜପୁର କବାଡ଼ି ସଂଘ ଭୁବନେଶ୍ବର ମହାବୀର କ୍ଲବ୍କୁ ୨୫-୨୪ ପଏଣ୍ଟରେ ଓ ଦ୍ବିତୀୟ ମ୍ୟାଚ୍ରେ ଛତିଶଗଡ଼ କିଶୋର କ୍ଲବ୍ ୩୭-୧୮ ପଏଣ୍ଟରେ ଭୁବନେଶ୍ବରକୁ ହରାଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ପୁରୁଷ ବିଭାଗରେ ନୂଆପଡ଼ା ନେତାଜୀ କ୍ଲବ୍ ୪୦-୧୭ ପଏଣ୍ଟରେ ପିପିଲିକୁ, ପୂର୍ବତଟ ରେଳବାଇ ୨୫-୨୦ ପଏଣ୍ଟରେ କଟକକୁ, ଭୋପାଳ ୩୨-୧୬ ପଏଣ୍ଟରେ ମହାବୀର କ୍ଲବ୍ ପଟିଆକୁ, ଅର୍ଡିନାନ୍ସ ମହାରାଷ୍ଟ୍ର ୪୪-୩୫ ପଏଣ୍ଟରେ କିଶୋର କ୍ଲବ୍ ଭୁବନେଶ୍ବରକୁ ଏବଂ କୋଲ୍କାତା ପୁଲିସ ୫୧-୨୩ ପଏଣ୍ଟରେ ନୂଆପଡ଼ାକୁ ପରାସ୍ତ କରିଛି। ମହିଳାରେ ପଟିଆ ବିପକ୍ଷରେ କଟକ ୪୦-୧୯ ରେ ବିଜୟୀ ହୋଇଥିଲା ବେଳେ କିଟ୍ କଡ଼ା ମୁକାବିଲାରେ ୨୭-୨୬ ପଏଣ୍ଟରେ କିଶୋର କ୍ଲବ୍କୁ, ଶକ୍ତିଶାଳୀ ଛତିଶଗଡ଼ ରାଜନନ୍ଦଗାଓଁ ଏକତରଫା ଭାବେ ୩୭-୦୭ର ବଡ଼ ବ୍ୟବଧାନରେ ଯାଜପୁରକୁ ହରାଇଛି।
[ad_2]