ଖେଳ ଖବର

ସିଲି ପଏଣ୍ଟ୍‌: ଅଲିମ୍ପିକ୍ସ ଯିବେ ବିହାର ବିଧାୟିକା – Kalinga News

[ad_1]

ନୂଆଦିଲ୍ଲୀ: ରାଜନୀତି ପଶାପାଲିରେ ସଫଳ ପଦାର୍ପଣ କରିବା ପରେ ଅଲିମ୍ପିକ୍ସ ସୁଟିଂ ରେଞ୍ଜ୍‌ରେ ବିଧାୟିକା ନିଜ ଯାଦୁ ଦେଖାଇବାକୁ ଯାଉଛନ୍ତି। ମାତ୍ର ୩୩ ବର୍ଷ ବୟସରେ ବିହାରର ଜମୁଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଏହି ବନ୍ଧୁକଚାଳନାର ବଡ଼ ତାରକା ତଥା ଚର୍ଚ୍ଚିତ ରାଜନେତା ଜଣକ ହେଉଛନ୍ତି ଅର୍ଜୁନ ପୁରସ୍କାର ବିଜୟିନୀ ଶ୍ରେୟାସୀ ସିଂହ। ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଘୋଷିତ ୨୧ଜଣିଆ ଭାରତୀୟ ବଂଧୁକଚାଳନା ଦଳରେ ସାମିଲ ହୋଇ ଇତିହାସ ରଚିଛନ୍ତି ସେ। ବିଧାୟିକା ହେବା ପରେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିବା ବିଶ୍ବର ହାତଗଣତି ଖେଳାଳିଙ୍କ ଭିତରେ ନିଜକୁ ସାମିଲ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଶ୍ରେୟାସୀ ଟ୍ରାପ୍ ସୁଟିଂରେ ପ୍ରତିଦ୍ବନ୍ଦ୍ବିତା କରି ଦେଶ ପାଇଁ ପଦକ ଜିତିବାକୁ ପ୍ରୟାସ କରିବେ।

ଏକ କ୍ରୀଡ଼ାବିତ୍ ପରିବାରରୁ ଆସିଥିବା ଶ୍ରେୟାସୀଙ୍କ ଜେଜେବାପା ସେରେନ୍ଦର ସିଂହ ଓ ବାପା ଦିଗବିଜୟ ସିଂହ ଜାତୀୟ ରାଇଫଲ୍ ସଂଘର ସଭାପତି ଥିଲେ। ପିତା ଦିଗବିଜୟ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ତାଙ୍କ ମା’ ପୁତୁଲ କୁମାରୀ ବିହାରର ବାଙ୍କା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରେୟାସୀ ଦିଲ୍ଲୀର ହଂସରାଜ କଲେଜରୁ ସ୍ନାତକ ଶିକ୍ଷା ପରେ ଫରିଦାବାଦର ମାନବ ରଚନା ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ କରିଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଡବଲ୍ ଟ୍ରାପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସେ। ସେଥିପାଇଁ ତାଙ୍କୁ ସେହିବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ଏହା ପୂର୍ବରୁ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ ଶ୍ରେୟାସୀ। ୨୦୧୭ ବ୍ରିସବେନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ରୁପେଲି ସଫଳତା ପାଇଥିଲେ ସେ। ୨୦୨୦ ମସିହାରେ ଜେଜେବାପା ଓ ବାପାଙ୍କ ଭଳି ଖେଳାଖେଳି କରିବା ସହ ରାଜନୀତିରେ ଯୋଗ ଦେଇଥିଲେ। ବିଜେପି ଟିକେଟରେ ଜମୁଇ ଆସନରୁ ଲଢ଼ି ଆର୍‌ଜେଡିର ବିଜୟ ପ୍ରକାଶଙ୍କୁ ସେ ୪୧,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button