ଖେଳ ଖବର

‌ଖେଲୋ ଇଣ୍ଡିଆ ବାଳିକା ସନ୍ତରଣ: ଓଡ଼ିଶାର ଆଧିପତ୍ୟ – Kalinga News

[ad_1]

ଭୁ‌ବନେଶ୍ବର: ବିହାରର ପାଟଣାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବାଳିକା ସନ୍ତରଣ ସିରିଜ୍‌ରେ ଓଡ଼ିଶାର ଆଧିପତ୍ୟ ରହିଛି। ପ୍ରଥମ ଦିନରେ ୫୦ ପୁରସ୍କାର ମଧ୍ୟରୁ ଓଡ଼ିଶା ହାତରେ ୨୬ ପୁରସ୍କାର ପଡ଼ିଥିଲା। ଏଗୁଡ଼ିକ ମଧ୍ୟରୁ ୧୮ ବର୍ଷରୁ କମ୍‌ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ୧୫ ବର୍ଷରୁ କମ୍‌ ୨୦୦ ମିଟର ବ୍ରେଷ୍ଟ‌ଷ୍ଟ୍ରୋକ୍‌ରେ ଆଞ୍ଚଲ ବାଗ୍‌, ୧୦୦ ମିଟର ବଟରଫ୍ଲାଏରେ ଅର୍ପିତା ସାମଲ, ୨୦୦ ମିଟର ଫ୍ରିଷ୍ଟାଇଲ୍‌ରେ ଅଂଶିକା ଆରାଧନା ସାହୁ ପ୍ରଥମ ହୋଇଛନ୍ତି। ସେହିପରି ୧୮ ବର୍ଷରୁ କମ୍‌ ୨୦୦ ମିଟର ଫ୍ରି ଷ୍ଟାଇଲ୍‌ରେ ଭଦ୍ରା ଶତପଥୀ, ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ମହିକା ମହାକୁଡ଼, ୧୦୦ ମିଟର ବଟରଫ୍ଲାଏରେ ଆକାଂକ୍ଷା ନାୟକ, ୧୫ ବର୍ଷରୁ କମ୍‌ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରିୟଦର୍ଶିନୀ ରାଉତ, ୧୦୦ ମିଟର ବଟରଫ୍ଲାଏରେ ସ୍ରିଷ୍ଟି କଳସ ସିନେ, ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଅଲ୍ୟାନା ପଣ୍ଡା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦୀପ ପାଢୀ ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button