ଅଧ୍ୟାପିକାଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ: ୧୨ରୁ ଊର୍ଧ୍ବ କର୍ମଚାରୀଙ୍କୁ ପୁଲିସର ଜେରା – Kalinga News

[ad_1]
ସିସିଟିଭି ଫୁଟେଜ୍ ଖୋଲିବ ଗୁମର
ଭୁବନେଶ୍ବର: ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟର ଅଧ୍ୟାପିକାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଛାତିଥରା ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ମୃତ ଅଧ୍ୟପିକା ହେଲେ କେନ୍ଦୁଝରର ବର୍ଷା ମିଶ୍ର(୨୩)। ଅନ୍ୟପଟେ ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ବର୍ଷା ଛାତରୁ ଖସିପଡ଼ିଛନ୍ତି। ତେଣୁ ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ଏନେଇ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଶିକ୍ଷାନୁଷ୍ଠାନର ୧୨ରୁ ଅଧିକ କର୍ମଚାରୀ ଓ ସହକର୍ମୀଙ୍କୁ ଡ଼ାକି ପଚରାଉଚରା କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ପାଖାପାଖି ବର୍ଷେ ହେବ ବର୍ଷା ଏହି ଘରୋଇ ଇଂଜିନିୟରିଂ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବେ ଚାକିରି କରୁଥିଲେ। କିଛିଦିନ ତଳେ କଲେଜ୍ର ଏକ ମିଟିଂରେ ଯୋଗ ଦେଇନଥିବାରୁ ଏଚ୍ଓଡି ମାଡାମ୍ ତାଗିଦ୍ କରିଥିଲେ ଏବଂ କାରଣ ଦର୍ଶାଅ ନୋଟିସ କରିଥିଲେ। ଏନେଇ ବର୍ଷା ତାଙ୍କ ମା’ଙ୍କୁ ଫୋନ୍ କରି ଜଣାଇଥିଲେ। ଗତ ୧୧ତାରିଖ ଦିନ କଲେଜ୍ରେ ମା’ଙ୍କ ସହ କଥା ହୋଇ ମାଡାମ୍ଙ୍କ ପାଖକୁ ଯାଇଥିଲେ। ଆଉ ମା’ କଥା ହେବେ ବୋଲ କାନ୍ଦି କାନ୍ଦି ମାଡାମ୍ଙ୍କୁ କହିଥିଲେ। କିନ୍ତୁ ଏଚ୍ଓଡି ମାଡାମ୍ ଫୋନ୍ରେ କଥା ନ ହୋଇ ମୋବାଇଲ୍କୁ ଫୋପାଡ଼ି ଦେଇଥିଲେ। କିଛି ସମୟ ପରେ ଅପରାହ୍ଣ ପାଖାପାଖି ସାଢ଼େ ୩ଟା ସମୟରେ ବର୍ଷା ଟିଚିଂ ବ୍ଲକ୍ର ଦୁଇ ମହଲା ଉପରୁ ତଳେ ପଡ଼ିଥିଲେ। ଆଖାପାଖରେ ଯାଉଥିବା ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ୍ ପଠାଯାଇଥିଲା। ୧୦ଦିନ ଧରି ଚିକିତ୍ସା ଚାଲିଥିବା ବେଳେ ୨୦ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ହସ୍ପିଟାଲ୍ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।
ବର୍ଷାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ଏମିତିରେ ବି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ମାନସିକ ଚାପ ଯୋଗୁ ଛାତରୁ ଡ଼େଇଁପଡ଼ିଥିଲେ ନା ତାଙ୍କୁ କେହି ଠେଲି ହତ୍ୟା କରିଛି, ତାହା ଏବେ ବି ଅସ୍ପଷ୍ଟ ରହିଛି। ଏବେ ସୁଦ୍ଧା ୧୨ରୁ ଅଧିକଙ୍କୁ ଜେରା କରାଯାଇଥିବା ବେଳେ ଖୁବ୍ଶୀଘ୍ର ଅନ୍ୟମାନଙ୍କୁ ଜେରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ୍ ଏବଂ ସମସ୍ତଙ୍କୁ ଜେରା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି।
[ad_2]




