ସନ୍ଦେଶଖାଲି ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ – Kalinga News

[ad_1]
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଓ ବଳପୂର୍ବକ ଜମି ଜବରଦଖଲ ଅଭିଯୋଗର ସିବିଆଇ ତଦନ୍ତ ପାଇଁ କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜସ୍ୱ ରେକର୍ଡର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହ ଅଧିଗୃହୀତ ହୋଇଥିବା ଜମିର ଭୌତିକ ଯାଞ୍ଚ କରିବା ପରେ ବେଆଇନ ଭାବେ ଚାଷ ଜମିକୁ ଜଳାଶୟରେ ପରିଣତ କରିବା ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଓ ବଳପୂର୍ବକ ଜମି ଜବରଦଖଲ ଅଭିଯୋଗର ତଦନ୍ତ କରି ପରବର୍ତ୍ତୀ ଶୁଣାଣି ସମୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ପୁନଃ ଶୁଣାଣି ମେ ୨ ତାରିଖରେ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୫ ତାରିଖରେ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ନେତା ଶାଜାହାନ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ସନ୍ଦେଶଖାଲି ଯାଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦୋାଳୟ (ଇଡି) ଅଧିକାରୀଙ୍କୁ ଭିଡ଼ ଆକ୍ରମଣ କରିଥିଲା।
[ad_2]




