ରାଜନୀତି
ବାପାଙ୍କ ବିଧାୟକ ‘ଆଇ କାର୍ଡ’ ଧରି ଗୃହକୁ ପ୍ରବେଶ କଲେ ଉପାସନା – Kalinga News

[ad_1]
ସପ୍ତଦଶ ବିଧାନସଭାର ସର୍ବକନିଷ୍ଠ ସଦସ୍ୟା ହେଉଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ଉପସାନା ଆଜି ଗୃହକୁ ପ୍ରବେଶ କରିବାବେଳେ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବିଧାୟକ ପରିଚୟପତ୍ର ସଙ୍ଗରେ ନେଇ ଯାଇଥିଲେ। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୋ ବାପା ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାବେଳେ ତାଙ୍କୁ ଏହି ପରିଚୟପତ୍ର ମିଳିଥିଲା। ତାଙ୍କ ଆଶୀର୍ବାଦ ସ୍ବରୂପ ମୁଁ ଏହାକୁ ନେଇ ଆସିଛି। ଚଳିତ ବିଧାନସଭାର ସର୍ବକନିଷ୍ଠ ସଦସ୍ୟା ହୋଇଥିବାରୁ ଗର୍ବ ଲାଗୁଛି। ବହୁ ବରିଷ୍ଠ ଓ ଅଭିଜ୍ଞ ସଦସ୍ୟଙ୍କ ଠାରୁ କିଛି ଶିଖିବି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପାଇଁ ବହୁତ କାମ କରିବାର ଅଛି।
[ad_2]