ପୁଣି ଗୋଟିଏ ଓଭରରେ ୩୬ ରନ୍: ଆଫ୍ଗାନିସ୍ତାନକୁ ହରାଇଲା ୱେଷ୍ଟଇଣ୍ଡିଜ୍ – Kalinga News

[ad_1]
ଗ୍ରସ୍ ଆଇଲେଟ୍: ନିକୋଲାସ ପୂରନଙ୍କ କୀର୍ତ୍ତିମାନଭରା ପାଳି ବଳରେ ୱେଷ୍ଟଇଣ୍ଡିଜ୍ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଶେଷ ଲିଗ୍ ମ୍ୟାଚ୍ରେ ଆଫ୍ଗାନିସ୍ତାନକୁ ୧୦୪ ରନ୍ରେ ପରାସ୍ତ କରିଛି। ଆଫ୍ଗାନିସ୍ତାନ ବୋଲରକୁ ନିର୍ଧୂମ ପ୍ରହାର କରି ପୂରନ ୮ ଛକା ଓ ୬ ଚୌକା ସହ ୫୩ ବଲ୍ରୁ ୯୮ ରନ୍ କରିଥିଲେ। ତାଙ୍କର ଏହି ପାଳି ବଳରେ ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସର୍ବୋଚ୍ଚ ସ୍କୋର୍ ୨୧୮/୫ କରିନେଇଥିଲା। ଦ୍ବିତୀୟ ଓଭରରେ ଦଳୀୟ ସ୍କୋର୍ ୨୨ ଥିଲା ବେଳେ ଘରୋଇ ଦଳ ବ୍ରାଣ୍ଡନ କିଙ୍ଗ୍ (୭)ଙ୍କୁ ହରାଇଥିଲା। ଏହା ପରେ ଜନସନ ଚାର୍ଲସଙ୍କ ସହ ମିଶି ପୂରନ ଦ୍ବିତୀୟ ୱିକେଟ୍ରେ ୮୦ ରନ୍ର ଭାଗୀଦାରି ଗଢ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ତୃତୀୟ ଓଭରରେ ଫଜଲହକ୍ ଫାରୁକିଙ୍କୁ ୩ଟି ବାଉଣ୍ଡରି ମାରିଥିଲେ ଚାର୍ଲସ। ଏହାପର ଓଭରରେ ଅଜମାତୁଲ୍ଲା ଓମରଜାଇଙ୍କଠୁ ୩୬ ରନ୍ (୬, ୫ ନୋବଲ୍, ୫ ୱାଇଡ୍, ୦, ୪ ଲେଗ୍ବାଇ, ୪, ୬, ୬) ସଂଗ୍ରହ କରିନେଇଥିଲେ ପୂରନ। ସେହିଭଳି ଟ୍ବେଣ୍ଟି-୨୦ କ୍ରିକେଟ୍ରେ ପଞ୍ଚମ ଥର ଲାଗି ଗୋଟିଏ ଓଭରରେ ୩୬ ରନ୍ ଦେଖିବାକୁ ମିଳିଥିଲା ବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହା ଦ୍ବିତୀୟ ହୋଇଥିଲା। ଏଥିସହ ଇଣ୍ଡିଜ୍ ଦଳ ପ୍ରଥମ ୬ ଓଭରରେ ୯୨/୧ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାୱାର ପ୍ଲେରେ ସର୍ବାଧିକ ସ୍କୋର୍ କରିବାର କୀର୍ତ୍ତିମାନ କରିଥିଲା। ଚାର୍ଲସ (୪୩ ରନ୍) ଆଉଟ୍ ହେବା ପରେ ସାଇ ହୋପ (୨୫ ରନ୍, ୧୭ ବଲ୍) ଓ ରୋଭମାନ ପାୱେଲ (୨୬ ରନ୍, ୧୫ ବଲ୍) ଉପଯୋଗୀ ପାଳି ଖେଳିବାରୁ ଦଳୀୟ ସ୍କୋର୍ ୨୦୦ ଡେଇଁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜବାବରେ ଓବେଦ ମ୍ୟାକ୍ୟଙ୍କ ୩ ୱିକେଟ୍ ଏବଂ ସ୍ପିନର୍ ଅକିଲ ହୁସେନ ଓ ଗୁଡ଼କେଶ ମୋତିଙ୍କ କଞ୍ଜୁସି ବୋଲିଂକୁ ସାମ୍ନା କରି ନପାରି ଆଫ୍ଗାନିସ୍ତାନ ୧୬.୨ ଓଭରରେ ୧୧୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଓପନର୍ ଇବ୍ରାହିମ୍ ଜଦ୍ରାନ (୩୮ ରନ୍) ଓ ଅଜମାତୁଲ୍ଲା ଉମରଜାଇ (୨୩ ରନ୍)ଙ୍କ ଛଡ଼ା ଅନ୍ୟ କୌଣସି ଆଫ୍ଗାନ୍ ବ୍ୟାଟର୍ ୨୦ ରନ୍ ଅତିକ୍ରମ କରିପାରି ନଥିଲେ। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ଗ୍ରୁପ୍-ସି’ର ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ଆଫ୍ଗାନିସ୍ତାନ ଦ୍ବିତୀୟରେ ରହିଛି। ଏହି ବିଜୟୀ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ପୂରନ (୧୨୮ ଛକା) ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ସର୍ବାଧିକ ଛକା ମାରିବାରେ କ୍ରିସ୍ ଗେଲ୍ (୧୨୪ ଛକା)ଙ୍କୁ ପଛରେ ପକାଇ ଦେଇଥିଲେ। ସେ ମଧ୍ୟ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୫୦୦ରୁ ଊର୍ଦ୍ଧ୍ବ ଛକା ମାରିବାରେ ଗେଲ୍, କିରନ ପୋଲାର୍ଡ, ଆନ୍ଦ୍ରେ ରସେଲ, କଲିନ୍ ମୁନ୍ରୋ ଓ ରୋହିତ ଶର୍ମାଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ସେ ମଧ୍ୟ ପ୍ରଥମ କାରିବୀୟ ଖେଳାଳି ଭାବେ ଟ୍ବେଣ୍ଟି-୨୦ରେ ୨,୦୦୦ ରନ୍ ପୂରଣ କରିଛନ୍ତି।
ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୨୧୮/୫ (ନିକୋଲାସ ପୂରନ ୯୮, ଜନସନ ଚାର୍ଲସ ୪୩, ରୋଭମାନ ପାୱେଲ ୨୬, ସାଇ ହୋପ ୨୫, ଗୁଲବଦ୍ଦିନ ନୈବ ୨/୧୪, ନବୀନ ଉଲ ହକ୍ ୧/୪୧, ଅଜମତୁଲ୍ଲା ଉମରଜାଇ ୧/୪୧)। ଆଫ୍ଗାନିସ୍ତାନ ୧୬.୨ ଓଭରରେ ୧୧୪/୧୦ (ଇବ୍ରାହିମ ଜର୍ଦାନ ୩୮, ଅଜମାତୁଲ୍ଲା ଉମରଜାଇ ୨୩, ଓବେଦ ମ୍ୟାକୟ ୩/୧୪, ଅକିଲ ହୁସେନ ୨/୨୧, ଗୁଡ଼କେଶ ମୋତି ୨/୨୮)।
[ad_2]




