ଦଳୀୟ ଟଙ୍କା ମୋ ପାଖରେ ପହଞ୍ଚିପାରିଲାନି: ବିଧାୟକ ପ୍ରାର୍ଥୀ – Kalinga News

[ad_1]
ନୀଳଗିରି କଂଗ୍ରେସରେ କମ୍ପନ
ନୀଳଗିରି: ଚଳିତବର୍ଷର ସାଧାରଣ ନିର୍ବାଚନ ସରିଛି। ଦଳଠାରୁ ଆରମ୍ଭ କରି ପ୍ରାର୍ଥୀମାନେ ପରାଜୟର କାରଣ ଖୋଜୁଛନ୍ତି। ଏପରି ସମୟରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ ଏକ ବିରାଟ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳ ଦେଇଥିବା ଟଙ୍କା ମୋ ପାଖରେ ପହଞ୍ଚିପାରିଲାନି ବୋଲି ହାରିଗଲି। ଶ୍ରୀ ଆଚାର୍ଯ୍ୟଙ୍କ ଏହି ମନ୍ତବ୍ୟ ନୀଳିଗିରି ତଥା ବାଲେଶ୍ବର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀ ଆଚାର୍ଯ୍ୟ ପୂର୍ବରୁ ଦୁଇଥର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ସେ କଂଗ୍ରେସ ଟିକେଟ ପାଇ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା ବିଳମ୍ବ କରିବାରୁ ସେ ଏହାର ଫାଇଦା ନେବେ କିମ୍ବା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଥିଲା। ଏମିତିକି ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଥିଲା। ମାତ୍ର, ସେମିତି କିଛି ବି ହେଲାନି। ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆ ବିଜୟ ମୁକୁଟ ପିନ୍ଧିଲେ। ଆଉ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଆଚାର୍ଯ୍ୟଙ୍କୁ କେବଳ ନିରାଶ ହେବାକୁ ପଡ଼ିଲାନି, ସେ ମାତ୍ର ୮,୧୬୪ ଖଣ୍ଡ ଭୋଟ୍ ପାଇଲେ। ଯାହାକୁ ନେଇ ପ୍ରାର୍ଥୀ, ନେତୃବୃନ୍ଦ, କର୍ମୀ ଓ ସମର୍ଥକ ନିରାଶ ହୋଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
‘ଏଆଇସିସିରୁ ଟଙ୍କା ଆସିଥିଲା’
‘ଦଳୀୟ ଉଚ୍ଚ ପଦାଧିକାରୀ ଚକ୍ରାନ୍ତ କଲେ’
ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ଚାଲିଥିବା ବେଳେ ଭୋଟ୍ କମ୍ ପାଇବା ନେଇ ଶ୍ରୀ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ‘ଏଆଇସିସିରୁ ଆସିଥିବା ଟଙ୍କା ମୋ ପାଖରେ ପହଞ୍ଚିପାରିଲାନି। ଦଳୀୟ ଉଚ୍ଚପଦସ୍ଥ ନେତାମାନେ ଚକ୍ରାନ୍ତ କରିଛନ୍ତି। ମୋ ବିରୋଧରେ କୁପ୍ରଚାର ହୋଇଛି। ଦଳ ବିଳମ୍ବରେ ଟିକେଟ୍ ଘୋଷଣା କରିବାରୁ ପ୍ରଚାର ପାଇଁ ଆବଶ୍ୟକ ସମୟ ପାଇଲିନି।’ ସଫଳତା ମିଳିନି ସତ; ମୁଁ କିନ୍ତୁ ନୀଳଗିରିବାସୀଙ୍କ ସେବାରେ ଥିଲି ଓ ଆଗାମୀ ଦିନରେ ମଧ୍ୟ ରହିବି ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ।
[ad_2]