ସ୍ୱାସ୍ଥ୍ୟ

ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କାଶ, ଥଣ୍ଡା, ଜ୍ୱର ଗୋଟେ ଦିନରେ ଠିକ ହୋଇଯିବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ପ୍ରାୟତଃ ସିଜିନ ବଦଳିଲେ ଥଣ୍ଡା, କାଶ ଜ୍ଵର ସମସ୍ଯା ସମସ୍ତଙ୍କୁ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ଏଥିରୁ ପୀଡିତ ହୋଇଥାନ୍ତି । କିଛି ଲୋକଙ୍କୁ ଏହି ସମସ୍ଯା ଲାଗି ରହିଥାଏ । ଏମିତିରେ ବାରମ୍ବାର ମେଡ଼ିସିନର ସେବନ କରିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

 

ଖାସ କରି ଛୋଟ ଓ ବୃଦ୍ଧ ଲୋକଙ୍କର ଇମ୍ୟୁନିଟି ପାୱାର କମ ଥିବାରୁ ସେମାନଙ୍କୁ ବାରମ୍ବାର ଔଷଧ ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବୁ ଯାହା ଦ୍ଵାରା ଥଣ୍ଡା, କାଶ, ଜ୍ଵରରୁ ଆରାମ ମିଳିବ । ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏଥିରେ 10ରୁ 12ଟି ଗୋଲମରୀଚକୁ ଛେଚି ପାଣିରେ ପକାନ୍ତୁ ଯାହା ଗଳା ପାଇଁ ଆହୁତ ଭଲ ରେମେଡି ଅଟେ ।

ଗୋଲମରୀଚ କାଶ, ଥଣ୍ଡା ଦୂର କରିବାରେ ସାହାଜ୍ଯ କରିଥାଏ । ଏବେ ଏଥିରେ 2ଟି ଲବଙ୍ଗକୁ ଛେଚି ପକାନ୍ତୁ । ଯାହା କାଶ, ଗଳା ସଂକ୍ରମଣରୁ ରକ୍ଷା କରିଥାଏ । ଏବେ ଏଥିରେ ଏକ ଚାମଚ ଜୁଆଣୀ ଆଡ କରନ୍ତୁ ଯାହା ଥଣ୍ଡା, କାଶ, କଫରୁ ତୁରନ୍ତ ଆରାମ ପ୍ରଦାନ କରିଥାଏ । ଏବେ ଏଥିରେ ଅଧ ଚାମଚ ସୁଣ୍ଠି ପାଉଡର ଆଡ କରନ୍ତୁ । ସୁଣ୍ଠି ପାଉଡରରେ ଭିଟାମିନ ଅଧିକ ଥାଏ ଯାହା ଛାତିରେ କଷ୍ଟ, ଗଳା ସଂକ୍ରମଣରୁ ମୁକ୍ତି ମିଳିଥାଏ ।

ଏବେ ଏଥିରେ 5ରୁ 6ଟି ତୁଳସୀ ପତ୍ର ମିଶାନ୍ତୁ । ଯାହା ଥଣ୍ଡା, କସ, କଫରୁ ବହୁତ ଜଲ୍ଦି ଆରାମ ଦେଇଥାଏ । ତୁଳସୀ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ । ଏବେ ଏଥିରେ କଞ୍ଚା ହଳଦୀ ଆଡ କରନ୍ତୁ ଯାହା କଫରୁ ବହୁତ ଜଲ୍ଦି ଆରାମ ପ୍ରଦାନ କରିଥାଏ । ଏବେ ଏଥିରେ ଏକ ଚାମଚ ଗୁଡ ମିଶାନ୍ତୁ ଯାହା ଥଣ୍ଡା ଜନିତ ସମସ୍ଯା ଦୂର କରିବା ପାଇଁ ବିଶେଷ ସହାୟକ ହୋଇଥାଏ । ଏହା ଦ୍ଵାର ଆମ ଶରୀରକୁ ଗରମ ମିଳିଥାଏ ।

ଗୁଡ କାଢାର ସ୍ଵାଦକୁ ବଢାଇଥାଏ । 2ଟି ଗୁଜୁରାତିକୁ ଛେଚି ଏଥିରେ ମିଶାନ୍ତୁ ଯାହା ଗଳାରେ ଖସଖସ, କଷ୍ଟ ଦୂର କରିବାରେ ସାହାଜ୍ଯ କରିଥାଏ । ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରି ଭଲ ଭାବେ ଫୁଟାନ୍ତୁ । ଯେବେ ଯାଏଁ ପାଣି ଅଧା ନ ହୋଇଛି । ଯେବେ ପାଣିର କ୍ଵାନ୍ଟିଟି ଅଧା ହୋଇଯିବ ତାହାକୁ ଅନ୍ୟ ଏକ ପାତ୍ରକୁ ଛାଣି ଆପଣ ଏହାର ସେବନ କରନ୍ତୁ । ଏବେ ଆସନ୍ତୁ ଜାଣିବା ଏହି କାଢା ର ସେବନ କେମିତି କରିବା ।

ଯଦି ଏହି କାଢା କୁ ବଡ ଲୋକ ମାନେ ପିଉଛନ୍ତି ତେବେ ଦିନକୁ 3 ଥର ପିଅନ୍ତୁ । ଯଦି ଛୋଟ ପିଲା ମାନେ ପିଉଛନ୍ତି ତେବେ ଦିନକୁ 2 ଥର ଏକ ଚାମଚ ଦିଅନ୍ତୁ । ବଜାରରେ ମିଳୁଥିବା ଔଷଧ ଅପେକ୍ଷା ଏହି କାଢ ବହୁତ ଲାଭଦାୟକ ଅଟେ ଥଣ୍ଡା, କାଶ, କଫ, ଗଳା ସଂକ୍ରମଣ ଦୂର କରିବା ପାଇଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button