କୁଏତ ଅଗ୍ନିକାଣ୍ଡ ମୃ୍ତ୍ୟୁ ସଂଖ୍ୟା ବଢ଼ିଲା: ୪୦ ଭାରତୀୟଙ୍କ ସମେତ ୫୩ ଜୀବନ୍ତ ଦଗ୍ଧ – Kalinga News

[ad_1]
କୁଏତ ସିଟି: ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡ ଘଟଣାରେ ମୃ୍ତ୍ୟୁ ସଂଖ୍ୟା ବଢ଼ିଛି। ଏହି ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟଙ୍କ ସମେତ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଶ୍ରମିକମାନେ ରହୁଥିଲେ। ବୁଧବାର ସକାଳ ୬ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୁନା ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଅନ୍ୟ ୧୫ ଜଣ ମଧ୍ୟ ଆହତ ହୋଇଛନ୍ତି। ଏଥି ସହିତ, ଅନ୍ୟ ଦଶଜଣଙ୍କୁ ନିରାପଦରେ ବଞ୍ଚାଇବାରେ ଉଦ୍ଧାରକାରୀ ଦଳ ସଫଳ ହୋଇଛନ୍ତି। ଏହି ସମୟରେ କୁଏତରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ନମ୍ବର +୯୬୫-୬୫୫୦୫୨୪୬ ଜାରି କରିଛି। ଲୋକମାନେ ଏହି ଫୋନ୍ ନମ୍ବରକୁ କଲ କରି ନିଜ ପ୍ରିୟପରିଜନଙ୍କ ବିଷୟରେ ସୂଚନା ପାଇପାରିବେ।
#BREAKING: 53 people killed and 40 injured in a Mangaf building fire in Kuwait’s Southern Ahmadi Governorate. 5 among those killed are Indian. Indian Ambassador to Kuwait has left for the labour camp where fire erupted. Kuwait Govt orders massive demolition of illegal buildings. pic.twitter.com/P08oPG6iPO
— Aditya Raj Kaul (@AdityaRajKaul) June 12, 2024
ସୂଚନାନୁସାରେ, ଦକ୍ଷିଣ କୁଏତର ମଂଜଫ ସହରରେ ଏହି ଅଗ୍ନିକାଣ୍ଡ ଘଟିଛି। କୁଏତର ଉପପ୍ରଧାନମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ-ସବାହ ଏହି ସ୍ଥାନ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି। ରିଅଲ୍ ଇଷ୍ଟେଟ୍ କମ୍ପାନୀ ଅନରକୁ ଦାୟୀ କରିଛନ୍ତି। ରିଅଲ୍ ଇଷ୍ଟେଟ୍ କମ୍ପାନୀର ଲୋଭ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି। ଉପପ୍ରଧାନମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ରହିଛି।
Adarsh Swaika, Ambassador of India to Kuwait visited Mubarak Al-Kabeer Hospital, where 11 workers injured in today’s fire have been admitted. 10 of them are expected to be released today & one in hospital is reportedly stable. He met with patients still in the hospital & assured… pic.twitter.com/ik7vmWHgXU
— ANI (@ANI) June 12, 2024
କୁଏତର ଷ୍ଟେଟ ଟିଭି ରିପୋର୍ଟ କରିଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ବହୁ ସଂଖ୍ୟକ ଶ୍ରମିକ ରହୁଥିଲେ। ବିଲ୍ଡିଂରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଧୂଆଁ ଓ ନିଆଁ ଘେରି ରହିଥିବାରୁ ଶ୍ୱାସରୁଦ୍ଧ ହୋଇ ପୋଡିଯିବା କାରଣରୁ ଲୋକମାନେ ମୃତ୍ୟୁ ବରଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଯାଉଛି।
In connection with the tragic fire-accident involving Indian workers today, Embassy has put in place an emergency helpline number: +965-65505246.
All concerned are requested to connect over this helpline for updates. Embassy remains committed to render all possible assistance.
— India in Kuwait (@indembkwt) June 12, 2024
ଏହି ଘଟଣାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୁଏତ ସହରରେ ହୋଇଥିବା ଅଗ୍ନିକାଣ୍ଡରେ ଆମେ ଗଭୀର ମର୍ମାହତ ହୋଇଛୁ। ରିପୋର୍ଟ ଅନୁଯାୟୀ, ୪୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମର ରାଷ୍ଟ୍ରଦୂତମାନେ କ୍ୟାମ୍ପରେ ପହଞ୍ଚିଛନ୍ତି। ଆମେ ବିସ୍ତୃତ ସୂଚନା ପାଇଁ ଅପେକ୍ଷା କରିଛୁ।
🚨🇰🇼BREAKING: AT LEAST 35 DEAD AFTER BUILDING CATCHES FIRE IN KUWAIT
Firefighters are tackling a blaze in a large apartment complex in the city of Mangaf in southern Kuwait.
The cause of the fire is unclear at present.
Source: Reuters pic.twitter.com/F0BATBfNZR
— Mario Nawfal (@MarioNawfal) June 12, 2024
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ଜୟଶଙ୍କର ଗଭୀର ସମବେଦନା ଜଣାଇଛନ୍ତି। ଏହାସହ ଭାରତୀୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି।
[ad_2]




