ଅପରାଧ

ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ, ଦୁଇ ଯୁବକ ଗିରଫ – Kalinga News

[ad_1]

ଭୁବନେଶ୍ବର: ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ବର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ସୋମବାର ପୂର୍ବାହ୍‌ଣରେ ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ରକିବୁଲ ସେକ୍‌ (୪୩) ଓ ତାଳଚେରର ବିଜୟ ବୀରବର୍ମା (୨୬)।

ବେଆଇନ୍‌ ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ଅଞ୍ଚଳର ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ ଜିଲ୍ଲା ଫରକ୍କା ଅର୍ଜୁନପୁର ଥାନା ଅଧୀନ ଖୋଡ଼ାବାନପୁର ସ୍ବର୍ଗତଃ ମୁନ୍ତାଜା ଅଲିଙ୍କ ପୁଅ ରକିବୁଲ ଓ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଧୀନ ତ୍ରିନାଥ କଲୋନିର ସ୍ବର୍ଗତ ବୁଲୁ ବୀରବ୍ରହ୍ମାଙ୍କ ପୁଅ ବିଜୟଙ୍କ ଠାରୁ ୧୧୨୦ ଗ୍ରାମ୍‌ ବ୍ରାଉନସୁଗାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ପୁଲିସ ବ୍ରାଉନସୁଗାର ଜବତ ସହ ଏକ ମାମଲା ରୁଜୁ ସହ ଘଟଣାର ଅଧିକ ତଦନ୍ତ କରୁଛି।

ପୁଲିସ କହିଛି ଓଡ଼ିଶାକୁ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ , ନଦିଆ ଓ ବର୍ଦ୍ଧମାନ ଜିଲ୍ଲାରୁ ମେଦିନାପୁର-ଜଳେଶ୍ବର ଦେଇ ବ୍ରାଉନସୁଗାର ଚାଲାଣ ହୋଇଥାଏ। ବିଶେଷ ଭାବେ ମୁର୍ସିଦାବାଦ୍‌ର ଲାଲଗୋଲା ହେଉଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଏହି ଅଞ୍ଚଳରେ ଅଫିମ ଚାଷ ମଧ୍ୟ ହୋଇଥାଏ। ଫଳରେ ବ୍ରାଉନ୍‌ସୁଗାର ପ୍ରସ୍ତୁତି ହେବାର ସହଜ ହୋଇଥାଏ। ଗଂଜେଇ ତୁଳନାରେ ବ୍ରାଉନ୍‌ସୁଗାର ଚାଲାଣ କରିବା ସହଜ। କାରଣ ଏହା ବାହାରକୁ ବାସ୍ନା ହୋଇନଥାଏ। ସେହିଭଳି ଆକାର ଓ ଓଜନିଆ ମଧ୍ୟ ନୁହେଁ।

ସୂଚନାଯୋଗ୍ୟ, ବେଆଇନ୍‌ ନିଶାଦ୍ରବ୍ୟ ମାମଲାରେ ଏସ୍‌ଟିଏଫ୍‌ ୨୦୨୦ରୁ ଚଢ଼ଉ ଜାରି ରଖିଛି। ଏସ୍‌ଟିଏଫ୍‌ ୭୬ କିଲୋ ବ୍ରାଉନ୍‌ସୁଗାର, ୨୦୨ ଗ୍ରାମ୍‌ କୋକିନ୍‌, ୧୨୪ କୁଇଣ୍ଟାଲ ଗଂଜେଇ ଓ ୧୪ କିଲୋ ଅଫିମ ଜବତ କରିସାରିଛି। ମୋଟ୍‌ ୧୯୭ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button