ଅପରାଧ

ଖଣି ଦୁର୍ନୀତି ମାମଲାରେ ଆଜି ହାଜର ହେବାକୁ ଅଖିଳେଶ ଯାଦବଙ୍କୁ ସମନ ପଠାଇଛି ସିବିଆଇ – Kalinga News

[ad_1]

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ ଜାରି କରିଛି। ପାଞ୍ଚ ବର୍ଷ ତଳେ ହୋଇଥିବା ଅନୈତିକ ଖଣି ଦୁର୍ନୀତି ମାମଲାରେ ଅଖିଳେଶଙ୍କୁ କେନ୍ଦ୍ରୀୟ ଏଜେନ୍ସି ସମନ ଜାରି କରିଥିବା ଜଣାପଡ଼ିଛି।

ବେନିୟମ୍‌ ଖଣି ଖନନକୁ ନେଇ ଅଖିଳେଶ ବିବାଦରେ ଛନ୍ଦି ହୋଇଥିବା ବେଳେ ପଚରା ଉଚରା କରିବା ପାଇଁ ଆଜି ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଡାକିଛି ସିବିଆଇ।  ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ହମିରପୁରରେ ବଡ ଧରଣର ଖଣି ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଥିଲା। ୨୦୧୯ ଜାନୁଆରି ୨ ତାରିଖରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା। ସେବେଠାରୁ ଏହି ମାମଲା ଅଦାଲତରେ ବିଚାରାଧୀନ ରହିଛି।

ଖଣି ଦୁର୍ନିତୀରେ ବହୁ ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ରହିଛି।  ସିବିଆଇ ଅନୁସାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇ-ଟେଣ୍ଡରି ପ୍ରକ୍ରିୟାକୁ ଉଲ୍ଲଂଘନ କରି ୨୦୧୩ ଫେବ୍ରୁଆରି ୧୭ ତାରିଖରେ ଗୋଟିଏ ଦିନରେ ୧୩ଟି ଖଣି ଖନନ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ।  ଏହି ମାମଲାରେ ପଚରାଉଚରା କରିବାକୁ ଅଖିଳେଶ ଯାଦବଙ୍କୁ ଦିଲ୍ଲୀ ଡାକିଛି ସିବିଆଇ। ତେବେ ସିବିଆଇ ଡାକରାକୁ ସମ୍ମାନ ଦେଇ ଅଖିଳେଶ ସେଠାରେ ପହଞ୍ଚୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button