ଜୁନ୍ ୨୪ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ: ୨୬ରେ ବାଚସ୍ପତି ନିର୍ବାଚନ – Kalinga News

[ad_1]
୨ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ବଢ଼ୁଛି
ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସ୍ବତନ୍ତ୍ର ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିବ ଏବଂ ଜୁଲାଇ ୩ ତାରିଖରେ ଅଧିବେଶନ ଶେଷ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ୮ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେବ। ସୂଚନାନୁଯାୟୀ ଜୁନ୍ ୨୪ ଏବଂ ୨୫ ତାରିଖରେ ନବ ନିର୍ବାଚିତ ସାଂସଦମାନେ ଶପଥ ନେବେ ଏବଂ ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହୋଇପାରେ। ତେବେ ସରକାର ଗଠନ ପାଇଁ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ନଥିବାରୁ ବିଜେପି ଏହାର ୨ ଏନ୍ଡିଏ ମେଣ୍ଟ ସହଯୋଗୀ ତଥା ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ସମର୍ଥନରେ ସରକାର ଗଠନ କରିଛି। ଉଭୟ ନୀତୀଶ ଏବଂ ନାଇଡ଼ୁ ଚଳିତ ଥର କିଙ୍ଗ୍ମେକର ହୋଇଛନ୍ତି ଏବଂ ଉଭୟ ବାଚସ୍ପତି ପଦ ଉପରେ ଆଖି ପକାଇଛନ୍ତି। ଏଥିପାଇଁ ସେମାନେ ନିଜର ଦାବି ଦୃଢ଼ ଭାବେ ଉପସ୍ଥାପନ ମଧ୍ୟ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନ ଅନୁଯାୟୀ ନୂଆ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ବାଚସ୍ପତି ପଦ ଖାଲି ପଡ଼େ। ତେବେ ନବ ନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପାଇଁ ରାଷ୍ଟ୍ରପତି ଜଣେ କାମଚଳା ବାଚସ୍ପତିଙ୍କୁ ନିଯୁକ୍ତ କରିଥାନ୍ତି। ଏହାପରେ ଲୋକସଭାରେ ଭୋଟିଂ ପ୍ରକ୍ରିୟାରେ ବାଚସ୍ପତି ନିର୍ବାଚିତ ହୁଅନ୍ତି। କିନ୍ତୁ ଅଷ୍ଟାଦଶ ଲୋକସଭାରେ ବାଚସ୍ପତି କିଏ ହେବେ ତାକୁ ନେଇ ସସ୍ପେନ୍ସ ବଢ଼ୁଛି। ଇତିମଧ୍ୟରେ ବାଚସ୍ପତି ପଦ ଲାଗି ଦୁଇ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ବଢ଼ୁଛି ଏବଂ ସେମାନେ ହେଉଛନ୍ତି ଡି ପୁରନ୍ଦେଶ୍ବରୀ ଏବଂ ଜିଏମ୍ ହରୀଶ। ଡି ପୁରନ୍ଦେଶ୍ବରୀ ହେଉଛନ୍ତି ବିଜେପିର ଆନ୍ଧ୍ରପ୍ରଦେଶ ସଭାପତି। ତିନି ଥର ସାଂସଦ ହୋଇଥିବା ପୁରନ୍ଦେଶ୍ବରୀଙ୍କୁ ମୋଦୀ ୩.୦ ସରକାରରେ ସ୍ଥାନ ମିଳିନି। ସେ ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ବଢ଼ୁଛି।
ପୁରନ୍ଦେଶ୍ବରୀ ୨୦୦୪ରେ ବାପତଲା ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଜିତିଥିଲେ। ୨୦୦୯ରେ ସେ ବିଶାଖାପାଟଣା ଆସନରୁ ଜିତିଥିଲେ। କିନ୍ତୁ ୨୦୧୪ରେ ପୁରନ୍ଦେଶ୍ବରୀ ବିଜେପିରେ ଯୋଗ ଦେଇଥିଲେ ଏବଂ ରାଜମପେଟ ଆସନରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ହାରି ଯାଇଥିଲେ। ଚଳିତ ଥର ସେ ରାଜମଣ୍ଡ୍ରି ଲୋକସଭା ଆସନରେ ଜିତି ଲୋକସଭାକୁ ପୁନଃପ୍ରବେଶ କରିଛନ୍ତି। ଡି ପୁରନ୍ଦେଶ୍ବରୀ ହେଉଛନ୍ତି ଅବିଭାଜିତ ଆନ୍ଧ୍ରପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଟିଡିପି (ତେଲୁଗୁ ଦେଶମ ପାର୍ଟି) ପ୍ରତିଷ୍ଠାତା ଏନ୍ଟି ରାମା ରାଓଙ୍କ ଝିଅ। ମନମୋହନ ସିଂହ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ପୁରନ୍ଦେଶ୍ବରୀ ୱାଇଏସ୍ଆରସିପି ନେତା ଡି ଭେଙ୍କଟେଶ୍ବର ରାଓଙ୍କୁ ବିବାହ କରିଛନ୍ତି। ସେ ହେଉଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପତ୍ନୀଙ୍କ ଭଉଣୀ। ବିଜେପି ତାଙ୍କୁ ବାଚସ୍ପତି କରିବାକୁ ଯୋଜନା କରୁଛି।
ଅନ୍ୟପଟେ ଅମଲପୁରମ ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ଜିଏମ୍ ହରୀଶ ମଧୁରଙ୍କୁ ବାଚସ୍ପତି କରିବା ଲାଗି ଟିଡିପି ଦାବି ଜଣାଇଛି। ସେ ହେଉଛନ୍ତି ପୂର୍ବତନ ଲୋକସଭା ବାଚସ୍ପତି ଗାନ୍ତି ମୋହନ ଚନ୍ଦ୍ର ବାଲ୍ଯୋଗୀଙ୍କ ପୁଅ। ତାଙ୍କ ମା’ ବିଜୟା କୁମାରୀ ଗାନ୍ତି ମଧ୍ୟ ଲୋକସଭାରେ ଜଣେ ସାଂସଦ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ହରୀଶ ହାରିଯାଇଥିଲେ। କିନ୍ତୁ ୨୦୨୪
ନିର୍ବାଚନରେ ସେ ଜିତିଛନ୍ତି।
[ad_2]