ଏହି ବିଭାଗ ମୋ ପାଇଁ ‘ସଂପୂର୍ଣ୍ଣ ଚକ୍ର ଘୂରିବା ଭଳି’: ସିନ୍ଧିଆ – Kalinga News

[ad_1]
ନୂଆଦିଲ୍ଳୀ: ଏହି ବିଭାଗ ମୋ ପାଇଁ ‘ସମ୍ପୂର୍ଣ୍ଣ ଚକ୍ର ଘୂରିବା ଭଳି’ ବୋଲି କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏପରି କହିଛନ୍ତି। ଆଜି ଦାୟିତ୍ବ ଗ୍ରହଣ କରିବା ପରେ ନିଜର ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ସିନ୍ଧିଆ କହିଥିଲେ, ଏହା ମୋ ପାଇଁ ଏକ ସମ୍ପୂର୍ଣ୍ଣ ଚକ୍ର ଘୂରିବା ଭଳି, କାରଣ ଉପା ସରକାର ସମୟରେ ୨୦୦୭ରୁ ୨୦୦୯ ସେ ଦୂରସଞ୍ଚାର ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏଣୁ ଏହି ବିଭାଗ ପ୍ରତି ତାଙ୍କର ଗଭୀର ଆବେଗ ଏବଂ ସମ୍ପର୍କ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଭାଗ ଦାୟିତ୍ବ ଦେଇ ତାଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କରି ନେତୃତ୍ବରେ ଏହି ବିଭାଗରେ ବିପ୍ଲବ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଓ ୧୪୦ କୋଟି ଲୋକଙ୍କ ଆଶାବିଶ୍ବାସକୁ ପୂରଣ କରିବା ନିମନ୍ତେ ସେ ନିଜର ସର୍ବୋତ୍କୃଷ୍ଟ ଉଦ୍ୟମ କରିବେ। ସୂଚନାଯୋଗ୍ୟ, ଜଣାଶୁଣା ଦିବଂଗତ କଂଗ୍ରେସ ନେତା ମାଧବରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ୨୦୨୦ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୧ରେ ତାଙ୍କୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାରରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଭାବେ
ନିଯୁକ୍ତି ଦିଆଯାଇଥିଲା।
[ad_2]