କେନ୍ଦ୍ରାପଡ଼ାରେ କଂଗ୍ରେସର ମାନସମନ୍ଥନ ଆରମ୍ଭ: କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଉଦ୍ୟମ – Kalinga News

[ad_1]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଦୁଇ ଜଣ ବରିଷ୍ଠ କଂଗ୍ରେସ ନେତା ସାଧାରଣ ନିର୍ବାଚନ ପୂର୍ବରୁ ହଠାତ୍ ଦଳ ଛାଡିଲେ। ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଏବେ ଦଳ ଛାଡ଼ି ବିଜେଡିରେ। ଏଭଳି ସ୍ଥିତିରେ ସେମାନେ ନେତୃତ୍ବ ନେଇ ଆସୁଥିବା ବିଧାନସଭା ଆସନରେ କ˚ଗ୍ରେସର ମ˚ଗ ଧରିବ କିଏ? କାହାକୁ ଦଳ ପ୍ରାର୍ଥୀ କରିବ? ତାହାକୁ ନେଇ ଆଜି କଜଳାସ୍ଥିତ କ˚ଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ ଏକାଠି ହେଇ ମାନସମନ୍ଥନ କରିବା ସହିତ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି। ବିଶେଷକରି ତୃଣମୂଳସ୍ତରରୁ ଦଳକୁ ଅଧିକ ସ˚ଗଠିତ କରିବା ଉପରେ ଜୋର୍ ଦିଆଯିବା ସହିତ କ˚ଗ୍ରେସ ଛାଡ଼ିଥିବା ନେତାଙ୍କୁ ସୁବିଧାବାଦୀ ରାଜନେତା ରୂପେ ଚିତ୍ରଣ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡ଼ା ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନରୁ ତିନିଟିରେ କ˚ଗ୍ରେସର ଭଲ ସ˚ଗଠନ ରହିଛି। କେନ୍ଦ୍ରାପଡ଼ା, ରାଜନଗର ଓ ଆଳିରେ ଦଳ ଶାସକ ବିଜେଡିକୁ କଡ଼ା ଟକ୍କର ଦେବା ସହିତ ଦ୍ବିତୀୟ ସ୍ଥାନରେ ରହି ଆସିଛି। କିନ୍ତୁ ଗଣେଶ୍ବର, ଅଂଶୁମାନ ଦଳ ଛାଡିବା ପରେ ରାଜନଗର ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଦଳ ଏବେ ଏକପ୍ରକାର ଦିଗହରା ସ୍ଥିତିରେ ଅଛି। ଦୁଇ ନେତାଙ୍କ ସହିତ ଦଳର ବହୁ ଛାମୁଆ ସ˚ଗଠନର ପଦାଧିକାରୀ ଓ ସମର୍ଥକ ବି ବିଜେଡିରେ ସାମିଲ୍ ହୋଇଯାଇଛନ୍ତି। ମାତ୍ର ଦୁଇ ମାସ ବ୍ୟବଧାନ ଭିତରେ ଦୁଇ ଦୁଇଟି ନିର୍ବାଚନମଣ୍ତଳୀ ନେତାଙ୍କ ଦଳତ୍ୟାଗ କ˚ଗ୍ରେସ ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଦୁଇ ଆସନରେ ଦଳର ଦ୍ବିତୀୟ ଧାଡ଼ିର ନେତା ବି ତିଆରି ହୋଇନାହାନ୍ତି। ଯେଉଁମାନେ ବି ଦଳର ବ୍ଲକ୍ ସ୍ତରୀୟ ସ˚ଗଠନର ମୁଖ୍ୟ ଦାୟିତ୍ବରେ ରହିଥିଲେ, ସେମାନେ ବି ନେତାଙ୍କ ସହ ଦଳ ଛାଡ଼ି ଦେଇଛନ୍ତି। ଫଳରେ ଏବେ ଦଳ କାହା ନେତୃତ୍ବରେ ଏହି ଦୁଇ ଆସନରେ ଲଢ଼ିବ, ତାକୁ ନେଇ ଚିନ୍ତାରେ ଶୀର୍ଷନେତୃତ୍ବ ପଡ଼ି ଯାଇଛନ୍ତି। ଗଣେଶ୍ବର କ˚ଗ୍ରେସ ଛାଡ଼ିବା ପରେ ଆଜି ପ୍ରଥମଥର ପାଇଁ ଶତାଧିକ କର୍ମୀଙ୍କୁ ନେଇ ଦଳୀୟ କାର୍ଯ୍ୟାଳୟରେ ବୈଠକ ବସିଛି। ବରିଷ୍ଠ ନେତା ଫକିର ଖଟୁଆଙ୍କ ନେତୃତ୍ବରେ ହୋଇଥିବା ଏହି ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ବରିଷ୍ଠ ନେତା ହଳଧର ସେଠୀ, ଭାଗିରଥୀ ଜେନା, ଚିନ୍ମୟ ବେଉରା, ବିଶ୍ବନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କର୍ମୀମାନଙ୍କ ମନୋବଳ ବଢ଼ାଇବା ପାଇଁ ଉଦ୍ୟମ କରିଥିଲେ। ବ୍ଲକ୍, ନଗର ଓ ମହିଳା କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହେବା ସହିତ ବୁଥ୍ସ୍ତରୀୟ କମିଟି ଗଠନ ଉପରେ ଜୋର୍ ଦିଆଯାଇଛି। ଅସନ୍ତୁଷ୍ଟଙ୍କୁ ମନାଯିବା ସହିତ ଖୁବ୍ଶୀଘ୍ର ଏକ ମିଶ୍ରଣ ପର୍ବ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।
ବରିଷ୍ଠ ନେତା ଶ୍ରୀ ଖଟୁଆ କହିଛନ୍ତି ଯେ କ˚ଗ୍ରେସ ସବୁବେଳେ ଅନ୍ୟାୟ, ଅନୀତି ବିରୋଧରେ ଲଢ଼ି ଆସିଛି। ଯେଉଁମାନେ ଦଳ ଛାଡ଼ିଛନ୍ତି, ସେମାନେ ନିଜ ସ୍ବାର୍ଥ ହାସଲ ପାଇଁ ଯାଇଛନ୍ତି। କ˚ଗ୍ରେସ ସେମାନଙ୍କୁ ବହୁତ କିଛି ଦେଇଛି। କିନ୍ତୁ ସେମାନେ ଦଳ ସହିତ ବିଶ୍ବାସଘାତକତା କରିଛନ୍ତି। ସେମାନଙ୍କ ଯିବା ଦଳ ଉପରେ କୌଣସି ପ୍ରଭାବ ପକାଇବନାହିଁ। ଆଗାମୀ ନିର୍ବାଚନର ଦଳ ଉଭୟ ବିଜେଡି ଓ ବିଜେପି ବିରୋଧରେ ପୂର୍ବଭଳି ଲଢେ଼ଇ ଜାରି ରଖିବ। ଏଥିପାଇଁ କର୍ମୀମାନେ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ ଦେଇଛନ୍ତି।
[ad_2]