ଭାରତ-ପାକିସ୍ତାନ ମ୍ୟାଚ୍ ପରେ ହୃଦ୍ଘାତରେ ଏମ୍ସିଏ ସଭାପତିଙ୍କ ମୃତ୍ୟୁ – Kalinga News

[ad_1]
ନ୍ୟୁୟର୍କ: ଭାରତ-ପାକିସ୍ତାନ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଦେଖି ସାରିବା ପରେ ପରେ ଚାଲିଯାଇଛି ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ସଭାପତି ଅମୋଲ କାଲେଙ୍କ ଜୀବନ। କାଲେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଦେଖିବା ଲାଗି ଏମ୍ସିଏ ସଂପାଦକ ଅଜିଙ୍କ୍ୟ ନାୟକ ଏବଂ ଅନ୍ୟ ଜଣେ ଅଧିକାରୀ ସୁରଜ ସମତଙ୍କ ସହ ଆମେରିକା ଯାଇଥିଲେ। ତିନି ଜଣଯାକ ନ୍ୟୁୟର୍କର ନସାଉ ଷ୍ଟାଡିୟମ୍ରେ ବସି ଏକାଠି ମ୍ୟାଚ୍ ଦେଖିଥିଲେ। ତେବେ ମ୍ୟାଚ୍ ସରିବାର କିଛି ସମୟ ପରେ ବଡ଼ ଧରଣର ହୃଦ୍ଘାତର ଶିକାର ହୋଇଥିଲେ ସେ।

Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ମାତ୍ର ୪୭ ବର୍ଷ ହୋଇଥିଲା। କାଲେଙ୍କ ପରିବାର ସୋମବାର ସକାଳୁ ଏହି ସୂଚନା ଦେବା ପରେ ମୁମ୍ବାଇ ସମେତ ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ଭାରତ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ସଫଳତାର ସହ ଆୟୋଜନ କରିଥିଲା। ଗତବର୍ଷ ଦିନିକିଆ ବିଶ୍ବକପ୍ର ସେମିଫାଇନାଲ୍ ମଧ୍ୟ ତାଙ୍କ ତତ୍ତ୍ବାବଧାନରେ ୱାଙ୍ଖେଡ଼େରେ ଖେଳାଯାଇଥିଲା। ୨୦୨୩-୨୪ ଋତୁରେ ମୁମ୍ବାଇ ରଣଜୀ ବିଜେତା ହେବା ତାଙ୍କ କାର୍ଯ୍ୟକାଳର ଅନ୍ୟତମ ପ୍ରମୁଖ ସଫଳତା ଥିଲା। କାଲେଙ୍କ ଅକାଳ ବିୟୋଗରେ ବିସିସିଆଇ ସମତେ ବିଭିନ୍ନ ରାଜ୍ୟର କ୍ରିକେଟ୍ ସଂଘ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଦେଶ ଜଣେ ଦକ୍ଷ କ୍ରିକେଟ୍ ପ୍ରଶାସକଙ୍କୁ ହରାଇଲେ ବୋଲି ଶୋକବାର୍ତ୍ତାରେ କହିଛନ୍ତି। ପରିବାର ଲୋକେ ତାଙ୍କ ଶବକୁ ସ୍ବଦେଶ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ନାଗପୁର ବାସିନ୍ଦା କାଲେ ୨୦୨୨ ମସିହାରେ ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ସନ୍ଦୀପ ପାଟିଲଙ୍କୁ ହରାଇ ଏମ୍ସିଏର ସଭାପତି ନିର୍ବାଚିତ ହୋଇଥିଲେ।
[ad_2]