ରାଜନୀତି

ମୋଦୀ ୩.୦: ରବିବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହ – Kalinga News

[ad_1]

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥର ମୋଦୀ କ୍ୟାବିନେଟରେ ପୂର୍ବ ସରକାରରେ ମନ୍ତ୍ରୀ ଥିବା ପ୍ରାୟ ୨୦ ଜଣ (ବିଜୟୀ/ପରାଜିତ )ନେତାଙ୍କୁ ସ୍ଥାନ ମିଳିନାହିଁ। ବିଜେପି ଏଥର ଏକାକୀ ସଂଖ୍ୟାଗରିଷ୍ଠତାଠାରୁ ଯଥେଷ୍ଟ ଦୂରରେ ରହିଛି। କ୍ୟାବିନେଟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ନୂଆ ସରକାରରେ ସହଯୋଗୀ ଦଳମାନଙ୍କୁ ପ୍ରାୟ ଏକ ଡଜନ ମନ୍ତ୍ରଣାଳୟ ଆବଣ୍ଟନ କରାଯାଇଛି। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ମୋଦୀ ୩.୦ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।

ଇରାନୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଆମେଥିରୁ କଂଗ୍ରେସ ନେତା କିଶୋରୀ ଲାଲ ଶର୍ମାଙ୍କଠାରୁ ୧.୬ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ୫ ବର୍ଷ ତଳେ ସେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ପାରିବାରିକ ଗଡ଼ରେ ପରାସ୍ତ କରିଥିଲେ। ହିମାଚଳ ପ୍ରଦେଶର ହମିରପୁରରୁ ନିର୍ବାଚନ ଜିତିଥିବା ଅନୁରାଗ ଠାକୁର ମୋଦୀ ୨.୦ରେ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ଏବେ ସଦ୍ୟତମ ମେଣ୍ଟ ସରକାରରେ ତାଙ୍କୁ ସାମିଲ କରାଯାଇନାହିଁ। ମୋଦୀ ୨.୦ରେ ନାରାୟଣ ରାଣେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଥିଲେ। ମହାରାଷ୍ଟ୍ରର ରତ୍ନଗିରି-ସିନ୍ଧୁଦୁର୍ଗରୁ ସେ ଲୋକସଭା ନିର୍ବାଚନ ଜିତିଥିଲେ।

ମୋଦୀଙ୍କ ୩.୦ ମନ୍ତ୍ରିମଣ୍ଡଳରେ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ନୀତିନ ଗଡକରୀ, ମନସୁଖ ମାଣ୍ଡଭୀୟ, ପୀୟୂଷ ଗୋଏଲ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ପ୍ରହ୍ଲାଦ ଯୋଶୀ, କିରଣ ରିଜିଜୁ, ସିଆର ପାଟିଲ, ଏଲ୍ ମୁରୁଗାନ୍, ହରଦୀପ ପୁରୀ, ଏମ୍ଏଲ୍ ଖଟ୍ଟର, ଶିବରାଜ ଚୌହାନ, ଗଜେନ୍ଦ୍ର ଶେଖାୱତ, ସୁରେଶ ଗୋପୀ ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି। ଏନଡିଏ ନେତାମାନଙ୍କ ମଧ୍ୟରେ ଏଚ୍ ଡି କୁମାରସ୍ୱାମୀ, ଜୟନ୍ତ ଚୌଧୁରୀ, ପ୍ରତାପ ଯାଦବ, ରାମ ମୋହନ ନାଇଡୁ, ସୁଦେଶ ମାହାତୋ ଏବଂ ଲଲନ ସିଂହ ରହିଛନ୍ତି। କଡ଼ା ମୁକାବିଲାରେ ଶଶି ଥରୁରଙ୍କଠାରୁ ପରାଜିତ ହୋଇଥିବା ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏଥର ବାଦ ପଡ଼ିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button