ନିଜକୁ ଗୁଳି କରି ଜୀବନ ହାରିଲେ ସପାର ପୂର୍ବତନ ସଭାପତି – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ସମାଜବାଦୀ ପାର୍ଟିର ପୂର୍ବତନ ସଭାପତି ଜୀବନ ହାରି ଦେଇଛନ୍ତି। ତାଙ୍କର ମୃତଦେହ ଘରର ଷ୍ଟୋର ରୁମରୁ ଉଦ୍ଧାର କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ୫୫ବର୍ଷୀୟ ଡିପି ଯାଦବ ଶନିବାର ମଝୋଲା ଅଞ୍ଚଳରେ ବସବାସ କରୁଥିବା ବେଳେ ଘରର ଷ୍ଟୋର ରୁମରେ ପଶି ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି। ପରିବାରଲୋକେ ତାଙ୍କୁ ଖୋଜିଖୋଜି ଷ୍ଟୋର ରୁମରେ ପହଞ୍ଚିବା ପରେ ସେଠାରେ ଯାଦବଙ୍କ ରକ୍ତାକ୍ତ ଶରୀର ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।
ଏହି ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ହେମରାଜଙ୍କ ସୂତ୍ରରୁ ପ୍ରକାଶ, ଡିପି ଯାଦବଙ୍କ ପରିବାରଲୋକ କହିଛନ୍ତି ମୃତକ ଅନେକଦିନ ହେବ ଚିନ୍ତାରେ ରହୁଥିଲେ। ଏହି କାରଣରୁ ସେ କାହା ସହିତ ବେଶୀ କଥା ହେଉ ନଥିଲେ କି କେଉଁଆଡେ ଯାଉ ନଥିଲେ। ଗୋଟିଏ ସ୍ଥାନରେ ଚୁପଚାପ ବସି ରହୁଥିଲେ। ଗତ ଶନିବାର ସମସ୍ତେ ଖାଇପିଇ ନିଜନିଜ କୋଠରିକୁ ଯାଇଥିଲେ। ଏହାପରେ ଯାଦବ ଷ୍ଟୋର ରୁମକୁ ଯାଇ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରି ଦେଇଥିଲେ।
ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରି ଦେଇଛି।
କୁହାଯାଉଛି କି ମୁରାଦାବାଦରେ ସମାଜବାଦୀ ପାର୍ଟି ସାଂସଦ ଏସଟି ହସନଙ୍କ ଟିକେଟ କାଟି ରୁଚି ବୀରାଙ୍କୁ ଦିଆଯାଇଥିଲା। ଡିପି ଯାଦବ ଏସଟି ହସନଙ୍କ ବଡ଼ ସମର୍ଥକ ଥିଲେ। ଟିକେଟ କଟା ଯିବାକୁ ନେଇ ଯାଦବ ଦୁଃଖୀ ହୋଇଯାଇଥିଲେ।
[ad_2]