୨୨ବର୍ଷ ପରେ ସନ୍ୟାସୀ ହୋଇ ଘରକୁ ପୁଅ ଫେରିବା ଘଟଣା ନେଲା ନୂଆମୋଡ଼ – Kalinga News
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରେ କିଛିଦିନ ତଳେ ୧୧ବର୍ଷ ବୟସରେ ଫେରାର ହୋଇଯାଇଥିବା ପୁଅ ୨୨ ବର୍ଷ ପରେ ଘରକୁ ସନ୍ୟାସୀ ହୋଇଆସିଥିବା ଜଣାପଡ଼ିଥିଲା। ତେବେ ପୁଅ ଘର ସଂସାର ତ୍ୟାଗ କରି ସାରିଥିବା କଥା ବାପା ଓ ମା’ ଜାଣିବା ପରେ ଖୁବ କାନ୍ଦିଥିଲେ। ପୁଅକୁ ଅଟକି ଯିବାକୁ କହିଥିଲେ, କିନ୍ତୁ ସେ ସନ୍ୟାସୀ ନେବା ପରେ ମା’ଙ୍କ ପାଖକୁ ଭିକ୍ଷ ମାଗିବାକୁ ଆସିଛନ୍ତି। ଏହି ଭିକ୍ଷା ଦେଇ ଦେଲେ ସେ ଚାଲଯିବେ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ବାପା ମା’, ପିଉସୀ ସନ୍ୟାସୀ ହୋଇ ଚାଲିଯାଉଥିବା ପୁଅକୁ ଗହମ ଚାଉଳ ଦେବା ସହିତ ପୁଅ ସହିତ କଥା ହେବାକୁ ଫୋନ ଓ ସୁବିଧା ଅସୁବିଧା ପାଇଁ ବ୍ୟାଙ୍କ ଆକାଉଣ୍ଟରେ ୧୨ହଜାର ଟଙ୍କା ଜମା କରିଥିଲେ। ପୁଅ ଗ୍ରାମରୁ ଚାଲିଯିବା ପରେ ବାପା ରତିପାଲଙ୍କ ଫୋନକୁ ଏକ ମେସେଜ ଆସିଥିଲା। ଏହି ମେସେଜ ଟି ଥିଲା କି, ‘ପୁଅକୁ ଯଦି ଫେରିବାକୁ ଚାହୁଁଛ ତେବେ ଏକଲକ୍ଷ ଟଙ୍କା ଦିଅ।
ଏହାପରେ ରତିପାଲଙ୍କୁ ସନ୍ଦେହ ହେବାରୁ ସେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଯାଞ୍ଚ କରି ଜାଣିବାକୁ ପାଇଲା ସନ୍ୟାସୀ ହୋଇ ଆସିଥିବା ଯୁବକ ଜଣକ ଠକ ଅଟନ୍ତି। ସେ ରତିପାଲଙ୍କ ପୁଅ ନୁହନ୍ତି। ଯୁବକ ଜଣକ ଗୋଣ୍ଡାର ବାସିନ୍ଦା ଥିବା ବେଳେ ନାମ ତାଙ୍କର ନଫିସ ବୋଲି ଜଣାପଡ଼ିଥିଲା। ପୁଲିସ ଫେରାର ନଫିସକୁ ଧରିବାକୁ ତଦନ୍ତ କରୁଛି।
[ad_2]