ଅପରାଧ

ଦିବ୍ୟାଙ୍କ ମୁଣ୍ଡକୁ ପାଖରୁ ଗୁଳି – Kalinga News

[ad_1]

ନୂଆଦିଲ୍ଲୀ: ପୂର୍ବତନ ମଡେଲ୍‌ ତଥା ମାଫିଆ ଡନ୍‌ ସନ୍ଦୀପ ଗାଣ୍ଡେଲିର ପୂର୍ବ ପ୍ରେମିକା ଦିବ୍ୟା ପାହୁଜାଙ୍କ ରହସ୍ୟମୟ ହତ୍ୟା ଘଟଣାରେ ରହିଥିବା ଅନେକ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି। ଦିବ୍ୟାଙ୍କ ବ୍ୟବଚ୍ଛେଦ ରିପୋର୍ଟ ବର୍ତମାନ ଆସିଯାଇଛି। ରିପୋର୍ଟରେ ଦିବ୍ୟାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଦିବ୍ୟାଙ୍କ ମୃତଦେହକୁ ହରିଆଣାର ‌ଅଗ୍ରୋହା ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ଡା ମୋହନ ସିଂହଙ୍କ ନେତୃତ୍ବରେ ଦୁଇଜଣ ମହିଳା ଡାକ୍ତରଙ୍କ ସହ ଚାରି ଜଣ ଡାକ୍ତରୀ ଟିମ୍‌ ବ୍ୟବଚ୍ଛେଦ କରି ଅନୁଧ୍ୟାନ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟରେ ଦିବ୍ୟାଙ୍କୁ ଅତି ନିକଟରୁ ମୁଣ୍ଡକୁ ଗୁଳି କରିଯାଇଥିବା ବେଳେ ମୁଣ୍ଡରୁ ଗୁଳି ମିଳିଥିଲା। ବ୍ୟବଚ୍ଛେଦ ପରେ ଦିବ୍ୟାଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଗୁରୁଗ୍ରାମ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ପଚରାଉଚୁରାରେ ସିଟି ପଏଣ୍ଟହୋଟେଲ୍‌ର ମାଲିକ ଅଭିଜିତ୍‌ ସିଂହ (୫୬) କହିଛନ୍ତି ଯେ ଦିବ୍ୟା ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଏଣୁ ସେ ହତ୍ୟା କରିଥିଲେ। ପୁଲିସ କହିଛି ଯେ ଅଭିଜିତଙ୍କ ଏହି ମନ୍ତବ୍ୟକୁ ସେମାନେ ଅନୁଧ୍ୟାନ କରୁଛନ୍ତି। ବର୍ତମାନ ସୁଦ୍ଧା ପୁଲିସ, ଅଭିଜିତଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ହେମରାଜ ସିଂହ, ଓମ ପ୍ରକାଶ, ମେଘା ଫୋଗଟ, ତିନିହେଁ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ବନ୍ଧୁକ ସହ ଅନ୍ୟ ପ୍ରମାଣ ନଷ୍ଟ କରିବାରେ ସହାୟତା କରିଥିଲେ। ବଳରାଜ ଗିଲ ଦିବ୍ୟାଙ୍କ ମୃତହେଦକୁ ନେଇ ଫିଙ୍ଗିଥିବା ବେଳେ ରବି ବାଙ୍ଗା ଦିବ୍ୟାଙ୍କ ମୃତଦେହକୁ ହୋଟେଲ୍‌ ପ୍ରକୋଷ୍ଠରୁ ନେଇ ବିଏମ୍‌ଡବ୍ଲୁ କାରରେ ରଖିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button