ଖେଳ ଖବର

କିଂବଦନ୍ତି ସ୍ପିନର ଡେରେକ୍‌ଙ୍କ ପରଲୋକ – Kalinga News

[ad_1]

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ସ୍ପିନର ଡେରେକ୍‌ ଅଣ୍ଡରଉଡ୍‌ଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଟେଷ୍ଟ୍‌ କ୍ରିକେଟ୍‌ରେ ସେ ଇଂଲଣ୍ଡ ପାଇଁ ଷଷ୍ଠ ସର୍ବାଧିକ ୱିକେଟ୍‌ ହାସଲକାରୀ ଥିଲେ। ୮୬ ମ୍ୟାଚ୍‌ରୁ ୨୯୭ ୱିକେଟ୍‌ ଅକ୍ତିଆର କରିଥିଲେ। ୧୭ ବର୍ଷ ବୟସରେ କେଣ୍ଟ୍‌ ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ଡେରେକ୍‌ ଜଣେ ‘ଘାତକ’ ବୋଲର ଭାବେ ପରିଚିତ ଥିଲେ। ସ୍ପିନ ସହିତ ଦ୍ରୁତ ବୋଲିଂ ମଧ୍ୟ କରିପାରୁଥିଲେ। ଗୋଟିଏ ସ୍ଥାନରେ ବାରମ୍ବାର ବଲ୍‌ ପକାଇବାର ଦକ୍ଷତା ପାଇଁ ତାଙ୍କୁ ପିଚ୍‌ରେ ‘କଣା’ କରିଦେଉଥିବା ଭଳି କଟାକ୍ଷର ଶିକାର ହେବାକୁ ପଡୁଥିଲା। ଜଣେ ଉଚ୍ଚକୋଟୀର ବୋଲର ହୋଇଥିଲେ ମଧ୍ୟ ୭୦ ଦଶକରେ ବିଶ୍ବ ସିରିଜ୍‌ କ୍ରିକେଟ୍‌ରେ ଅଂଶଗ୍ରହଣ କରିବା ଓ ୧୯୮୧-୮୨ରେ ଦକ୍ଷିଣ ଆଫ୍ରିକାକୁ ବିଦ୍ରୋହୀ ଗୋଷ୍ଠୀ ସହ ଯାତ୍ରା କରିଥିବାରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ଯେଉଁଥି ପାଇଁ ୩୦୦ ମାଇଲ୍‌ଖୁଣ୍ଟଠୁ ଅଳ୍ପ ଦୂରରେ ରହିଯାଇଥିଲେ ସେ । ଡେରେକ୍‌ ଏମ୍‌ସିସିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button