ରାଜନୀତି

ନବୀନ ନିବାସରେ ବରିଷ୍ଠ ବିଜେଡି ନେତା – Kalinga News

[ad_1]

ଭୁବନେଶ୍ବର: ନିର୍ବାଚନରେ ପରାଜୟ ପରେ ନବୀନ ନିବାସରେ ବରିଷ୍ଠ ବିଜେଡ଼ି ନେତା ଶନିବାର ପହଞ୍ଚି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦେବୀ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, କଳିକେଶ ସିଂଦେଓ,ସଞ୍ଜୟଦାସ ବର୍ମା, ଲୋପାମୁଦ୍ରା ବକ୍ସିପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ।

ଦଳର ଆଗାମୀ କାର୍ଯ୍ୟପନ୍ଥା, ଆଭିମୁଖ୍ୟ ତଥା ରଣନୀତି ସମ୍ପର୍କରେ ଆଲୋ‌ଚନା ହୋଇଥିବା ବରିଷ୍ଠ ନେତାମାନେ ସୂଚନା ପ୍ରଦାନ କରିଛନ୍ତି। କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି ।

ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରୁଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button