୨୦୨୯ରେ ଏକାଠି ନିର୍ବାଚନ କରାଯାଉ: ୨୦୨୯ରେ ଏକାଠି ନିର୍ବାଚନ କରାଯାଉ – Kalinga News

[ad_1]
ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲେ କୋବିନ୍ଦ କମିଟି, ସପକ୍ଷରେ ୩୨ ଦଳ, ବିରୋଧରେ ୧୫
ନୂଆଦିଲ୍ଲୀ: ଏକ ଦେଶ-ଏକ ନିର୍ବାଚନ ଉପରେ ବିଚାର ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛି। କମିଟି ଏ ବାବଦରେ ୧୮,୬୨୬ ପୃଷ୍ଠାର ରିପୋର୍ଟ ପ୍ରଦାନ କରିବା ସହ ୨୦୨୯ରେ ଏକସଂଗରେ ନିର୍ବାଚନ କରାଇବା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛନ୍ତି। ୨ ସେପ୍ଟେମ୍ବର ୨୦୨୩ରେ ଏକ ଦେଶ-ଏକ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟି ହିତାଧିକାରୀ-ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ସହ ୧୯୧ ଦିନ ଧରି ବ୍ୟାପକ ତର୍ଜମା କରିବା ପରେ ଆଜି ରିପୋର୍ଟ ଦାଖଲ କରିଛନ୍ତି। କମିଟି ଏହି ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଦକ୍ଷିଣ ଆଫ୍ରିକା, ସ୍ବିଡେନ, ବେଲଜିୟମ, ଜର୍ମାନୀ, ଜାପାନ ଏବଂ ଇଣ୍ଡୋନେସିଆରେ ଏକସଂଗରେ ହେଉଥିବା ନିର୍ବାଚନ ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ଅନୁଧ୍ୟାନ କରିଛନ୍ତି। ଭାରତରେ ଏକସଂଗରେ ନିର୍ବାଚନ କରାଗଲେ ଏହା ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶୀଳ କରିବ ଏବଂ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୋବିନ୍ଦ କମିଟି ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ୪୭ଟି ରାଜନୈତିକ ଦଳ କମିଟିକୁ ନିଜର ମତାମତ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେଥିମଧ୍ୟରୁ ସପକ୍ଷରେ ୩୨ଟି ଦଳ ମତାମତ ରଖିଥିବା ବେଳେ ଏହା ବିରୋଧରେ ୧୫ଟି ଦଳ ମତାମତ ରଖିଛନ୍ତି। ୨୦୨୯ରେ ଏକସଂଗରେ ନିର୍ବାଚନ ପାଇଁ କମିଟି ସୁପାରିସ କରିବା ସହ ଏହା ପୂର୍ବରୁ ନିଆଯିବାକୁ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଛନ୍ତି। ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି କରାଯାଉ ବୋଲି କମିଟି ସୁପାରିସ କରିଛନ୍ତି। ଯଦି ଝୁଲା ବିଧାନସଭା କିମ୍ବା ଅନାସ୍ଥା ପ୍ରସ୍ତାବ ଯୋଗୁଁ ନିର୍ବାଚନ ସ୍ଥିତି ଆସେ, ତେବେ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ପୁଣି ଥରେ ନିର୍ବାଚନ ହୋଇପାରେ ବୋଲି କମିଟି କହିଛନ୍ତି। ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସମ୍ବିଧାନର ଧାରା ୮୩ (ସଂସଦର କାର୍ଯ୍ୟକାଳ ଅବଧି) ଏବଂ ଧାରା ୧୭୨ (ରାଜ୍ୟ ବିଧାନସଭାର ଅବଧି)ରେ ସଂଶୋଧନ ଆବଶ୍ୟକ ହେବ। ପ୍ରଥମ ପର୍ଯ୍ୟାୟରେ ଏକସଙ୍ଗରେ ଲୋକସଭା-ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଯିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଦିନ ମଧ୍ୟରେ ପଂଚାୟତ ଓ ପୌର ନିର୍ବାଚନ ପାଇଁ କମିଟି ସୁପାରିସ କରିଛନ୍ତି। ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପରାମର୍ଶ କରି ନିର୍ବାଚନ କମିସନ ଏକକ ଭୋଟର ତାଲିକା ଏବଂ ଭୋଟର ପରିଚୟପତ୍ର ପ୍ରସ୍ତୁତ କରିବେ।
କୋବିନ୍ଦ ପ୍ୟାନେଲ ଏକସଙ୍ଗରେ ନିର୍ବାଚନ କରିବା ପାଇଁ ଉପକରଣ, ମାନବ ସମ୍ବଳ ଏବଂ ସୁରକ୍ଷା ବାହିନୀର ଆଗୁଆ ଯୋଜନା ପାଇଁ ସୁପାରିସ କରିଛନ୍ତି। ଏକ ଦେଶ-ଏକ ନିର୍ବାଚନ କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ଅଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଏହି କମିଟିର ସ୍ୱତନ୍ତ୍ର ସଦସ୍ୟ କରାଯାଇଛି। ଏକ ଦେଶ-ଏକ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ଅନେକ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ହ୍ରାସ କରାଯିବ। ଯେଉଁ ରାଜ୍ୟରେ ୨୦୨୩ ଶେଷଭାଗରେ ବିଧାନସଭା ନିର୍ବାଚନ ହୋଇଥିଲା, ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ। ଆଇନ କମିସନଙ୍କ ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ଏହା ୨୦୨୯ରୁ ହିଁ ଲାଗୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ। ଏକକାଳୀନ ନିର୍ବାଚନକୁ ସମର୍ଥନ କରିଥିବା ଦଳଗୁଡ଼ିକ ମଧ୍ୟରେ ଥିବା ଦୁଇଟି ଜାତୀୟ ଦଳ ହେଲା ବିଜେପି ଏବଂ କନରାଡ୍ ସାଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍ପିପି)। ଅନ୍ୟପକ୍ଷରେ ଅନ୍ୟ ୪ଟି ଜାତୀୟ ଦଳ କଂଗ୍ରେସ, ଆପ୍, ବିଏସପି ଏବଂ ସିପିଏମ୍ ଏକକାଳୀନ ନିର୍ବାଚନକୁ ବିରୋଧ କରିଛନ୍ତି।
[ad_2]