ମନୋରଞ୍ଜନ

ଲକ୍ଷ୍ମୀ ଦୀପିକାଙ୍କୁ କହିଲା ନିଜ ଉପରେ ବିତିଥିବା ଘଟଣା, କହିଲା କି, ତେଜାବରେ ମୋ ଚମ ପ୍ଲାଷ୍ଟିକ ଭଳି ତରଳୁ ଥିଲା.. ପୁରା କାହାଣୀ ଶୁଣିଲେ ଆପଣ କାନ୍ଦିପକେଇବେ

ଏସିଡ ଆଟାକର ବ୍ୟଥା ସେହି ବ୍ୟକ୍ତି ଜାଣିଛି ଯିଏ ଏହି ଭୟାନକ ଦୁର୍ଘଟଣାକୁ ସହିଛି । ଏହିଭଳି ଏକ ଭୟାନକ ଘଟଣାକୁ କହୁଥିବା ଦୀପିକା ପାଦୁକୋଣଙ୍କର ଆସୁଥିବା ମୋସ୍ଟ ଅୱେଟେଡ ଫିଲ୍ମ ‘ଛପାକ’ । ଏହି ଫିଲ୍ମ ଏସିଡ ଆଟାକ ସର୍ବାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କର ବାୟୋପିକ ଅଟେ । ଏହା ମଧ୍ୟରେ କାଲି ଫିଲ୍ମର ଏକ ପୋସ୍ଟର ଆଉଟ ହୋଇଥିଲା । ଏବଂ କୁହାଯାଉଛି କି ଏହା ଦୀପିକାଙ୍କର ସବୁଠୁ ଶ୍ରେଷ୍ଠ ଫିଲ୍ମ ପ୍ରମାଣିତ ହେବ ।

ଯେତେବେଳେ ଲକ୍ଷ୍ମୀଙ୍କର କାହାଣୀ ଶୁଣି ଇମୋଶନଲ ହୋଇଗଲେ ଦୀପିକା

ଫିଲ୍ମରେ ଦେଖାଯିବ କି କେଉଁଭଳି ଭାବରେ ଏହି ଆଟାକ ହୋଇଥିଲା ଏବଂ କେମିତି ଏକ ସାଧାରଣ ଝିଅର ଜୀବନ ବଦଳି ଯାଇଥିଲା । ଫିଲ୍ମର ସ୍କ୍ରିପ୍ଟ ମିଳିବା ପରେ ଦୀପିକା ଲକ୍ଷ୍ମୀଙ୍କୁ ଦେଖା କରିଥିଲେ । ସେ ଜାଣିବାକୁ ଚାହୁଁଥିଲେ କି ସେହି ଆଟାକ ଦିନ ଲକ୍ଷ୍ମୀଙ୍କ ସହ କଣ ହୋଇଥିଲା । କିନ୍ତୁ ଲକ୍ଷ୍ମୀଙ୍କର କାହାଣୀ ଶୁଣିବା ପରେ ଦୀପିକା ଇମୋଶନଲ ହୋଇଗଲେ ।

୧୫ ବର୍ଷ ବୟସରେ ହୋଇଥିଲା ଏହି ଦୁର୍ଘଟଣା

ଏହା ୨୦୦୫ର ଅଟେ । ଯେତେବେଳେ ୧୫ ବର୍ଷର ଲକ୍ଷ୍ମୀ ୭ମ ଶ୍ରେଣୀରେ ପଢୁଥିଲେ ଏବଂ ଦିଲ୍ଲୀର ଖାନ ମାର୍କେଟରେ ସେ ଏକ ଦୋକାନରେ ପାର୍ଟ ଟାଇମ କାମ କରୁଥିଲେ । ଲକ୍ଷ୍ମୀଙ୍କର ଦୋଷ ମାତ୍ର ଏହା ଥିଲା କି ସେ ନିଜ ଠାରୁ ଦୁଇଗୁଣା ଅଧିକ ବୟସର ବ୍ୟକ୍ତିଙ୍କର ପ୍ରେମ ପ୍ରସ୍ତାବକୁ ମନା କରିଦେଲେ । ଏହି କଥାରେ ରାଗି ଯାଇ ସେହି ବ୍ୟକ୍ତି ଜଙ୍କ ଲକ୍ଷ୍ମୀଙ୍କ ଉପରେ ଏସିଡ ଆଟାକ କରିଦେଲେ ।

ଏସଡି ଆଟାକ ଦ୍ଵାରା ଲକ୍ଷ୍ମୀଙ୍କର ଚେହେରା ପୂରାପୂରି ନଷ୍ଟ ହୋଇଗଲା । ଏହା ପରେ ତାଙ୍କୁ କିଛି ଲୋକମାନେ ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରିଲେ । ଲକ୍ଷ୍ମୀ କହିଲେ କି ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏହି ଅପରାଧକୁ ଅଞ୍ଜାମ ଦେବା ପାଇଁ ଏକ ଝିଅ ସେହି ବ୍ୟକ୍ତିର ସାହାର୍ଯ୍ୟ କରିଥିଲା ।

ତେଜାବ ପଡିବା ମାତ୍ରେ ତରଳିବାକୁ ଲାଗିଲା ଚର୍ମ

ଲକ୍ଷ୍ମୀ କହିଲେ, ଏସିଡ ପଡିବା ମାତ୍ରେ ହିଁ ମୋର ଚର୍ମ ପ୍ଲାଷ୍ଟିକ ଭଳି ତରଳିବାକୁ ଲାଗିଲା । ହସ୍ପିଟାଲରେ ଯେତେବେଳେ ମୁଁ ନିଜ ପିତାଙ୍କୁ ଆଲିଙ୍ଗନ କରୁଥିଲି ତେବେ ତାଙ୍କର ସାର୍ଟ ପୁରାପୁରି ଜଳିଗଲା । ଲକ୍ଷ୍ମୀ ଆଗକୁ କହିଲେ କି,” ଡାକ୍ତରମାନେ ମୋର ହୋସରେ ଥିବା ସମୟରେ ହିଁ ମୋ ଆଖିକୁ ସିଲେଇ କରୁଥିଲେ । ମୁଁ ଜାଣି ପାରୁନଥିଲି କି ମୋ ସହିତ ଏହା କଣ ହେଉଛି । ହସ୍ପିଟାଲରେ ମୋର ବହୁତ ସର୍ଜରୀ କରାଗଲା ।

ଯେତେବେଳେ ମୁଁ ଘରକୁ ଫେରିଲି ତେବେ ଘରେ ସମସ୍ତ ଆଇନାକୁ ହଟାଇ ଦିଆ ଯାଇଥିଲା ଯାହା ଦ୍ଵାରା ମୁଁ କେବେ ବି ନିଜର ଚେହେରା ଦେଖି ନ ପାରିବି । ଦିନେ ଯେତେବେଳେ ମୁଁ ଲୁଚି କରି ନିଜର ଚେହେରା ଦେଖିଲି ସେତେବେଳେ ମୋତେ ଆତ୍ମହତ୍ୟା କରିବାକୁ ଇଛା ହେଲା । କିନ୍ତୁ ମୋ ପରିବାର ଲୋକମାନେ ମୋତେ ସାହସ ଦେଲେ ଏବଂ ମୋତେ ବୁଝାଇଲେ ।

ସେଲେବ୍ରିଟୀ ହୋଇ ଯାଇଛନ୍ତି ଲକ୍ଷ୍ମୀ

ଆଜି ଲକ୍ଷ୍ମୀ ଏକ ସେଲେବ୍ରିଟୀ ହୋଇ ଯାଇଛନ୍ତି । କହି ଦେଉଛୁ ଯେ ସେ କେତେଥର ରେମ୍ପ ୱକ ବି କରିସାରିଛନ୍ତି । ତାଙ୍କୁ ୨୦୧୪ରେ ମିଶୈଲ ଓବାମାଙ୍କ ହାତରୁ ଇଂଟରନେଶନଲ ୱୁମନ ଅୱାର୍ଡ ଦ୍ଵାରା ବି ସମ୍ମାନିତ କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button