ରାଜନୀତି

କ˚ଗ୍ରେସର ‘ମାଟି ପାଇଁ ଜେଲ୍‌ ଚଲୋ’ ଆନ୍ଦୋଳନ: ଭୋଟର‌୍‌ଙ୍କୁ ଗଣେଶ୍ବରଙ୍କ ଆବେଗଭରା ନିବେଦନ – Kalinga News

[ad_1]

ଏଥର ସୁଯୋଗ ଦିଅନ୍ତୁ, ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିବି

କେନ୍ଦ୍ରାପଡ଼ା: ‘ମୋତେ ଆପଣମାନେ ବିଧାନସଭାକୁ ପଠାନ୍ତୁ, ମୁଁ କେନ୍ଦ୍ରାପଡ଼ାର ସ୍ବର ସେଠାରେ ଉତ୍ତୋଳନ କରିବି। କେନ୍ଦ୍ରାପଡ଼ାକୁ ପ୍ରତି ଲଗାତାର ଭାବେ କରାଯାଉଥିବା ଅବହେଳାର ପ୍ରତିବାଦ କରିବି। ଆପଣମାନଙ୍କ ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବି। ଏଥର ମୋତେ ସୁଯୋଗ ଦିଅନ୍ତୁ…।’ କେନ୍ଦ୍ରାପଡ଼ା ବ୍ଲକ୍‌ ଓ ନଗର କ˚ଗ୍ରେସ କମିଟି ପକ୍ଷରୁ ଆଜି ଆୟୋଜିତ ‘ମାଟି ପାଇଁ ଜେଲ୍‌ ଚଲୋ’ ଆନ୍ଦୋଳନରେ ଉଦ୍‌ବୋଧନ ଦେଇ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ତଳୀବାସୀଙ୍କୁ ଏଭଳି ମର୍ମରେ ଅନୁରୋଧ କରିଛନ୍ତି ବରିଷ୍ଠ କ˚ଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା। ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଗଣେଶ୍ବର କେନ୍ଦ୍ରାପଡ଼ା ପ୍ରତି ବାରମ୍ବାର ଅବହେଳା କରାଯାଉଥିବାର ଅଭିଯୋଗ ଆଣି ତାଙ୍କୁ ଥରେ ସୁଯୋଗ ଦେବାକୁ ନିବେଦନ କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ପୂର୍ବରୁ ଗଣେଶ୍ବରଙ୍କ ନେତୃତ୍ବରେ ‘ମାଟି ପାଇଁ ପାଟି ଖୋଲ’, ‘ମାଟି ପାଇଁ ମାଡ଼ି ଚାଲ’ ଆନ୍ଦୋଳନ ହୋଇଥିଲା। ଆଜି ‘ମାଟି ପାଇଁ ଜେଲ୍‌ ଚଲୋ’ ଆନ୍ଦୋଳନ କରି ଗଣେଶ୍ବର କେନ୍ଦ୍ରାପଡ଼ା ପ୍ରତି କରାଯାଉଥିବା ଅବହେଳା ବିରୋଧରେ ବର୍ଷିଛନ୍ତି। ଅବହେଳାର ଲମ୍ବା ତାଲିକା ପ୍ରଦାନକରି ଗଣେଶ୍ବର ପ୍ରଶ୍ନ କରିଛନ୍ତି, କେନ୍ଦ୍ରାପଡ଼ାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା, ସହରରେ ସିଟି ହସ୍ପିଟାଲ୍‌, କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା କାହିଁକି ମିଳିବ ନାହିଁ? ରାଜ୍ୟର ୧୫ଟି ମେଡିକାଲ୍‌ କଲେଜ ହୋଇଛି। କିନ୍ତୁ, କେନ୍ଦ୍ରାପଡ଼ାକୁ କାହିଁକି ବ˚ଚିତ ରଖାଯାଇଛି? ରାଜ୍ୟର ସର୍ବବୃହତ୍‌ ବେସରକାରୀ କଲେଜ କେନ୍ଦ୍ରାପଡ଼ା ହୋଇଥିବା ବେଳେ ଏହାକୁ ବିଶ୍ବବିଦ୍ୟାଳୟ କରାଯିବାର ଅସୁବିଧା କେଉଁଠି ଅଛି? ସିଟି ହସ୍ପିଟାଲ୍‌ ନ ଥିବାରୁ ସହରବାସୀ ସ୍ବାସ୍ଥ୍ୟସେବା ପାଇଁ ହନ୍ତସନ୍ତ ହେଉଛନ୍ତି। କ˚ଗ୍ରେସ ଏହି ଦାବି ନେଇ ଲଗାତାର ଆନ୍ଦୋଳନ କରି ଆସିଛି। ଆଗକୁ ମଧୢ ଜାରି ରହିବ। ଦାବି ପୂରଣ ନ ହେବା ଯାଏ ସରକାରଙ୍କ ବିରୋଧରେ ସ˚ଗ୍ରାମ ଚାଲିବ ବୋଲି ଶ୍ରୀ ବେହେରା କହିଛନ୍ତି।

ଗରାପୁରସ୍ଥିତ କ˚ଗ୍ରେସ କାର୍ଯ୍ୟାଳୟରୁ ଗଣେଶ୍ବରଙ୍କ ନେତୃତ୍ବରେ ଏକ ବଡ଼ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ଏଥିରେ ବହୁ ସ˚ଖ୍ୟାରେ କର୍ମୀ ସାମିଲ୍‌ ହୋଇଥିଲେ। ତିନିମୁହାଣୀ ଛକ ଦେଇ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲେ। ଏଥିରେ ଗଣେଶ୍ବରଙ୍କ ସମେତ ଜିଲ୍ଲା କ˚ଗ୍ରେସ ସଭାପତି ଲୋକନାଥ ମହାରଥୀ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ ନେତା ପ୍ରଫୁଲ୍ଲ ଦାସ, ବ୍ଲକ୍‌ କ˚ଗ୍ରେସ ସଭାପତି ଚିତ୍ରସେନ ପରିଡ଼ା, ନଗର କ˚ଗ୍ରେସ ସଭାପତି ରାଜେଶ ମହାନ୍ତି, ରତିକାନ୍ତ କାନୁନ୍‌ଗୋ, ସିଦ୍ଧାର୍ଥ ସ୍ବରୂପ ଦାଶ, ଆକବର ଅଲ୍ଲୀ, ସୌମେନ୍ଦ୍ର ପୃଷ୍ଟି, ହିଜବୁର ରହମାନ, ମୁକ୍ତାର ଖାଁ, ପ୍ରଭାତ ଉଡ଼ାନସି˚, ରତିକାନ୍ତ ସାମଲ, ପରଭେଜ୍‌ ଅଖତରଙ୍କ ସମେତ ବହୁ କର୍ମୀ ସାମିଲ୍‌ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button