ରାଜନୀତି

ଏନଡିଏର ସରକାର ଗଠନ ବାଟରେ ବାଧା ସୃଷ୍ଟି ପାଇଁ ଇଣ୍ଡିଆର ଯୋଜନା – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଏନଡିଏ କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଥିଲେ। ଏହାପୂର୍ବରୁ ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସାଂସଦଙ୍କ ସମର୍ଥନ ପତ୍ର ପ୍ରଦାନ କରିଥିଲେ ଏବଂ ସରକାର ଗଠନ ପାଇଁ ଦାବି କରିଥିଲେ।

ଏପରିସ୍ଥଳେ ବିରୋଧୀ ଇଣ୍ଡିଆ ମେଣ୍ଟ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନାନୁସାରେ, କଂଗ୍ରେସ ପରେ ଇଣ୍ଡିଆ ମେଣ୍ଟରେ ସର୍ବାଧିକ ସଂଖ୍ୟକ ସିଟ୍ ପାଇଥିବା ଅଖିଳେଶ ଯାଦବ ମିଳିତ ମଞ୍ଚ ବାହାରେ ଥିବା ନେତାମାନଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ସୂଚନାନୁସାରେ, ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ଅଖିଳେଶ ଯାଦବଙ୍କୁ ଇଣ୍ଡିଆ ଆଲାଇନ୍ସ ବ୍ୟତୀତ ଅନ୍ୟ ନେତାଙ୍କ ସହ କଥାବାର୍ତ୍ତା କରିବା ଏବଂ ସେମାନଙ୍କୁ ମେଣ୍ଟକୁ ଆସିବାକୁ ମନାଇବା ଦାୟିତ୍ବ ଦେଇଛନ୍ତି। ଅଖିଳେଶ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏନେଇ ଅଖିଳେଶ, ମମତା, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ, ତେଜସ୍ୱୀ ଯାଦବ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

ନୀତୀଶ କୁମାର ହେଉଛନ୍ତି ଇଣ୍ଡିଆ ଆଲାଇନ୍ସର ସୃଷ୍ଟିକର୍ତ୍ତା। ଏହି ମିଳିତ ମଞ୍ଚର ପ୍ରଥମ ବୈଠକ ପାଟନାରେ ଅନୁଷ୍ଠିତ ହୋଇଥିଲା। ଯାହା ସିଏମ୍ ନୀତୀଶ କୁମାରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା | ଏଭଳି ପରିସ୍ଥିତିରେ ଏନଡିଏ ସରକାର ଗଠନ ପାଇଁ ପ୍ରସ୍ତୁତି ମଧ୍ୟରେ ଇଣ୍ଡିଆ ଏହି ପଦକ୍ଷେପ ନେଇଛି।

୨୦୧୯ରେ ମୋଦୀଙ୍କ ବିରୋଧରେ ବିରୋଧୀ ଏକତା ଅଭିଯାନ ଆରମ୍ଭ କରିଥିବା ଚନ୍ଦ୍ରବାବୁ ଏବଂ ଇଣ୍ଡିଆ ଆଲାଇନ୍ସର ଜନକ ନୀତୀଶ କୁମାରଙ୍କୁ ମାନଇବାକୁ ଅଖିଳେଶ ଯାଦବ ଅଣ୍ଟା ଭିଡ଼ିଛନ୍ତି। ତ‌େବେ ସେ କେବେ ଉଭୟ ନେତାଙ୍କୁ ଭେଟିବେ ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button