ପଶ୍ଚିମବଙ୍ଗରେ ବିଜେପିର ପରାଜୟ ପାଇଁ ଦାୟୀ କିଏ? – Kalinga News

[ad_1]
କୋଲକାତା: ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ୧୮ଟି ଲୋକସଭା ଆସନ ପାଇଥିବା ବିଜେପି ଏଥର ୧୨ ଆସନରେ ସୀମିତ ରହିଯାଇଛି। ଦଳର ଏଭଳି ସ୍ଥିତି ପାଇଁ ଅନେକ ନେତା ରାଜ୍ୟ ନେତୃତ୍ବକୁ ଦାୟୀ କରିଛନ୍ତି। ଟିଏମ୍ସି ବିରୋଧରେ ବ୍ୟାପକ ଜନଅସନ୍ତୋଷ ସତ୍ତ୍ବେ ବିଜେପି ଆସନ ସଂଖ୍ୟା ହ୍ରାସ ପାଇବା ଦଳରେ ନୈରାଶ୍ୟ ଖେଳାଇ ଦେଇଛି। ରାଜ୍ୟରେ ଦଳର ଏଭଳି ଦୁର୍ବଳ ପ୍ରଦର୍ଶନ ନିମନ୍ତେ ଦାୟୀ ନେତାଙ୍କ ବିରୋଧରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅନେକ ଦାବି କରିଛନ୍ତି। ବିଷ୍ଣୁପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସୌମିତ୍ର ଖାନ୍ ନିଜର ପ୍ରତିଦ୍ବନ୍ଦ୍ବୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବ ପତ୍ନୀ ସୁଜାତା ମଣ୍ଡଳଙ୍କୁ ୫,୫୬୭ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଆଜି ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସୌମିତ୍ର କହିଛନ୍ତି, ଯଦି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଓ କେନ୍ଦ୍ର ନେତୃତ୍ବ ପ୍ରଚେଷ୍ଟା କରିନଥାନ୍ତା ତେବେ ପଶ୍ଚିମବଙ୍ଗରେ ବିଜେପିର ଆସନ ସଂଖ୍ୟା ଶୂନ ହୋଇଯାଇଥାନ୍ତା।

Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଦଳର କୌଣସି ଅଭିଜ୍ଞ ନେତା ନାହାନ୍ତି। ଯେଉଁମାନେ ଦାୟିତ୍ବରେ ଅଛନ୍ତି ସେମାନଙ୍କ ସାଂଗଠନିକ ଦକ୍ଷତା ନାହିଁ। ତୃଣମୂଳ କଂଗ୍ରେସ ବିରୋଧରେ ଏକାଧିକ ପ୍ରସଙ୍ଗ ରହିଥିଲେ ମଧ୍ୟ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା ଓ ମୁସଲିମ୍ ଭୋଟ ଯୋଗୁଁ ଟିଏମ୍ସି ଅଧିକ ଆସନ ପାଇଲା। ଏହାସହ ମମତାଙ୍କ ଭଣଜା ତଥା ଡାଏମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ କଠିନ ପରିଶ୍ରମ ଦଳକୁ ଏଭଳି ଉଲ୍ଲେଖନୀୟ ବିଜୟ ଦେବାରେ ସହାୟକ ହୋଇଥିବା ବେଳେ ବିଜେପି ନେତାଙ୍କ ମଧ୍ୟରେ ସମନ୍ବୟ ଅଭାବ ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି କାଳ ହେଲା ବୋଲି କୁହାଯାଉଛି । ସାଂସଦ ସୌମିତ୍ର କହିଛନ୍ତି, ମମତାଙ୍କ ମୁକାବିଲା ନିମନ୍ତେ ବିଜେପିର ରାଜ୍ୟ ନେତୃତ୍ବ କୌଣସି ପ୍ରଭାବଶାଳୀ ନେତା ସୃଷ୍ଟି କରିପାରିଲାନାହିଁ। ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ପ୍ରମୁଖ ନେତାମାନେ ଲଗାତାର ବିଫଳ ହେଉଥିବାରୁ ଏ ଦିଗରେ କେନ୍ଦ୍ରୀୟ ନେତୃତ୍ବ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।
[ad_2]