2024 elections: ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
BJP Candidates List: ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ଇନ୍ଦୁ ଦେବୀ ଜାଟବଙ୍କୁ ରାଜସ୍ଥାନର କରୌଲି ଧୌଲପୁର ଆସନରୁ ଏବଂ ଦୋସାରୁ କହ୍ନେୟା ଲାଲ ମୀଣାଙ୍କୁ ପ୍ରାର୍ଥୀ କରାଯାଇଛି। ଯେଉଁଠାରେ ବସନ୍ତ କୁମାରଙ୍କୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ଆଭ୍ୟନ୍ତରୀଣ ମଣିପୁର ଆସନ ପାଇଁ ପ୍ରାର୍ଥୀ କରାଯାଇଛି।
ସେହିପରି ନିକଟରେ ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଥିଲା ବିଜେପି।୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଥିଲା ଦଳ। ଏଥିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ଟିକେଟ୍ ଦିଆଯାଇଛି। ସେହିପରି ରାମାୟଣ ସିରିଏଲରେ ରାମ ଭୂମିକା ଅଭିନୟ କରିଥିବା ଖ୍ୟାତନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମିରଟରୁ ପ୍ରାର୍ଥୀ କରାଯାଇଛି।
କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନ ପାଇଁ ଟିକେଟ୍ ଦେଇଛି ବିଜେପି। ସେହିପରି ୟୁପିର ସୁଲତାନପୁରରୁ ପୁଣି ପ୍ରାର୍ଥୀ ହେବେ ମେନକା ଗାନ୍ଧି।
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ଡୁମକା ଆସନରୁ ପ୍ରାର୍ଥୀ କରାଯାଇଛି। ବିହାରର ସାରନ ଆସନରୁ ରାଜୀବ ପ୍ରତାପ ରୁଡ୍ଡୀ, ବେଗୁସରାଇରୁ ଗିରିରାଜ ସିଂହ, ପାଟଣାସାହେବରୁ ରବିଶଙ୍କର ପ୍ରସାଦଙ୍କୁ ଦଳ ଟିକେଟ ଦେଇଛି।
ଆନ୍ଧ୍ରପ୍ରଦେଶରେ ରାଜମହେନ୍ଦ୍ରୀରୁ ଡି ପୁରେନ୍ଦରେଶ୍ୱରୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧିଙ୍କୁ ଏଥର ତାଲିକାରୁ ବାଦ ଦିଆଯାଇଛି।
ଏହିକ୍ରମ ଓଡ଼ିଶା ୨୧ ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଦିଲ୍ଲୀରେ CEC ବୈଠକ ପରେ ରବିବାର ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିବେ ନିର୍ବାଚନ । ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର । ସେହିଭଳି ଭୁବନେଶ୍ବରରୁ ଲଢିବେ ଅପରାଜିତା ଷଡଙ୍ଗୀ । ପୁରୀରୁ ସମ୍ବିତ ପାତ୍ରଙ୍କୁ ମିଳିଛି ଟିକେଟ୍ । ୩ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି ।
କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଦଳ ଟିକେଟ୍ ଦେଇଛି । ୨୦୧୯ରେ ବୈଜୟନ୍ତ ଏଠାରୁ ପ୍ରାର୍ଥୀ ହୋଇଥିଲେ ବି ବିଜେପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଠାରୁ ପରାସ୍ତ ହୋଇଥିଲେ ।
ଏଥର ବିଜେପି ପୁଣି ତାଙ୍କୁ ଟିକେଟ୍ ଦେଇଛି । ବାଲେଶ୍ବରରୁ ପୁଣି ଟିକେଟ୍ ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସୁନ୍ଦରଗଡ଼ରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । କେନ୍ଦୁଝରରୁ ଅନନ୍ତ ନାଏକ ହୋଇଛନ୍ତି ବିଜେପି ପ୍ରାର୍ଥୀ ।