ରାଜନୀତି

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରସ୍ତାବ ଦେଲେ ଦେବେନ୍ଦ୍ର ଫଡନାଭିସ – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନୀ ଫଳାଫଳର ପାର୍ଶ୍ବ ପ୍ରଭାବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରସ୍ତାବ ଦେଲେ ଦେବେନ୍ଦ୍ର ଫଡନାଭିସ । ଇସ୍ତଫା ଦେବା ପରେ ଫଡନାଭିସ କହିଛନ୍ତି ତାଙ୍କୁ ସରକାରୀ ଦାୟିତ୍ୱରୁ ମୁକ୍ତ କରାଯାଉ ଦଳ ପାଇଁ ଜଣେ କର୍ମୀଭାବେ କାମ କରିବାକୁ ସେ ଆଗ୍ରହୀ । ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯ରେ ବିଜେପି ଓ ପୂର୍ବତନ ସହଯୋଗୀ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ। ୨୫ ଆସନରେ ବିଜେପି ଲଢ଼ି ୨୩ ଓ ଶିବସେନା ୧୮ ଆସନରେ ଜିତିଥିଲା ।

ଏବେ ସଂସଦରେ ଦେଖିବାକୁ ମିଳିବେ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ। ବାସ୍ତବରେ କିଛି ରାଜ୍ୟରେ କିଛି ମାସ ତଳେ ନିଜ ଦଳର ନେତୃତ୍ୱ ନେଇଥିବା ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୧୮ ତମ ଲୋକସଭାରେ ଦେଖିବାକୁ ମିଳିବ। ଏଥିମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ହରିୟାଣାର ମନୋହର ଲାଲ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଅଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button