ରାଜନୀତି

ଏକ ଦେଶ ଏକ ନିର୍ବାଚନ: ୬ରୁ ୪ ଜାତୀୟ ଦଳ କଲେ ବିରୋଧ – Kalinga News

[ad_1]

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଦ୍ବାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ ଙ୍କୁ ପ୍ରଦାନ କରାଯାଇଛି। ପ୍ୟାନେଲରେ ମୋଟ ୪୭ ରାଜନୈତିକ ଦଳ ନିଜର ମତାମତ ଦେଇଛନ୍ତି। ସେଥିମଧ୍ୟରେ ୩୨ ଟି ରାଜନୈତିକ ଦଳ ଏକ ଦେଶ ଏକ ନିର୍ବାଚନକୁ ସମର୍ଥନ କରିଛନ୍ତି। ତେବେ ୧୫ ଦଳ ଏହାକୁ ବିରୋଧ କରିଛନ୍ତି।

ଦେଶର ୬ ରାଷ୍ଟ୍ରୀୟ ଦଳଙ୍କ ମଧ୍ୟରୁ ୪ ଦଳ ଏହାକୁ ବିରୋଧ କରିଛନ୍ତି। ୪ ରାଷ୍ଟ୍ରୀୟ ଦଳ ମଧ୍ୟରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ସିପିଏମ ରହିଛନ୍ତି। ଅନ୍ୟ ବୃହତ ଦଳ ମଧ୍ୟରେ ସମାଜବାଦୀ ପାର୍ଟି,ଟିଏମସି, ସିପିଆଇ, ଡିଏମକେ, ନାଗା ପିପୁଲ୍ସ ଫ୍ରଣ୍ଟ୍, ଏଆଇଏମଆଇଏମ, ଏଆଇୟୁଡିଏଫ ରହିଛନ୍ତି।

୬ ଜାତୀୟ ଦଳଙ୍କ ମଧ୍ୟରୁ କେବଳ ବିଜେପି ଏବଂ କୋରନାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି) ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପଞ୍ଜିକୃତ ୬୨ ରାଜନୈତିକ ଦଳଙ୍କ ପାଖରୁ ସେମାନଙ୍କ ମତାମତ ଲୋଡିଥିଲେ। ସେଥିମଧ୍ୟରୁ ୧୮ ରାରଜନୈତିକ ଦଳ ପ୍ୟାନଲ୍ ସଦସ୍ୟଙ୍କ ସହିତ ବ୍ୟକ୍ତିଗତ ବିଚାର ବିମର୍ଷ କରିଥିଲେ। ପ୍ୟାନେଲ୍ ରିପୋର୍ଟରେ ୧୮,୦୦୦ ପୃଷ୍ଠା ରହିଛି। ଏକ ଦେଶ ଏକ ନିର୍ବାଚନ ହେବା ଦ୍ବାରା ସାମାଜିକ ଏକଜୁଟତା ବୃଦ୍ଧି ପାଇବା ସହିତ ଗଣତନ୍ତ୍ରର ମୂଳଦୁଆ ସୁଦୃଢ଼ ହୋଇ ପାରିବ। ତେବେ ରିପୋର୍ଟ ନେଇ ୪ ପ୍ରମୁଖ ଜାତୀୟ ଦଳ ଏହାକୁ ଏକଚାଟିଆ ପ୍ରସ୍ତାବ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button