ଅପରାଧ

ଜେଲ୍‌ରୁ ଥାଇ ଜିତିଥିବା ଶେଖ୍‌ ଅବ୍‌ଦୁଲ୍‌, ଅମ୍ରିତପାଲଙ୍କ ପାଇଁ ଅଡ଼ୁଆ – Kalinga News

[ad_1]

ନୂଆଦିଲ୍ଳୀ: ଜେଲ୍‌ରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଅମ୍ରିତପାଲ ସିଂହ ଓ ଆତଙ୍କବାଦୀଙ୍କ ସମର୍ଥକ ଶେଖ୍‌ ଅବ୍‌ଦୁଲ୍‌ ରସିଦ୍‌ ୧୮ତମ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଦେଶର ଆଇନ ଅନୁସାରେ ଉଭୟଙ୍କ ନିମନ୍ତେ ସାଂସଦ ଭାବେ ସୁରୁଖୁରୁରେ କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ଅଟେ। ସଂସଦରେ ଉପସ୍ଥିତ ହେବା ପାଇଁ ଉଭୟଙ୍କ ନିମନ୍ତେ କୋର୍ଟଙ୍କ ଅନୁମତି ସହ ଦୃଢ଼ ସୁରକ୍ଷା ବଳୟ ବ୍ୟବସ୍ଥା କରିବାକୁ ପଡ଼ିବ।

ସଂପ୍ରତି ଦେଶଦ୍ରୋହୀଙ୍କୁ ସମର୍ଥନ ଦେଇଥିବା ଅଭିଯୋଗରେ ୟୁଏପିଏ ଆଇନରେ ଗିରଫ ହୋଇ ଅବ୍‌ଦୁଲ୍‌ ରସିଦ୍‌ ତିହାର ଜେଲ୍‌ରେ ବନ୍ଦୀ ଅଛନ୍ତି। ସେ ଲୋକସଭା ନିର୍ବାଚନରେ ଜମ୍ମୁ ଓ କଶ୍ମୀରର ବାରମୂଳା ଆସନରୁ ୨ଲକ୍ଷ ୪ହଜାର ୧୪୨ ଭୋଟ ପାଇ ଜିତିଛନ୍ତି। ସେହିଭଳି, ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ଗିରଫ ହୋଇଥିବା ଖଲିସ୍ତାନୀ ଆତଙ୍କୀ ତଥା ୱାରିସ୍‌ ଦେର ମୁଖିଆ ଅମ୍ରିତପାଲ୍‌ ସିଂହ ସଂପ୍ରତି ଆସାମର ଦିବ୍ରୁଗଡ଼ ଜେଲ୍‌ରେ ବନ୍ଦୀ ଅଛନ୍ତି। ସେ ପଞ୍ଜାବର ଖଦୁର ସାହେବ ଆସନରୁ ୧ଲକ୍ଷ ୯୭ହଜାର ୧୨୦ ଭୋଟ ବ୍ୟବଧାନରେ ଜିତିଛନ୍ତି। ଦେଶର ପ୍ରଚଳିତ ଆଇନ ଅନୁସାରେ, ଉଭୟ ଦୋଷୀ ସାବ୍ୟସ୍ତ ହୋଇନଥିବାରୁ ନିର୍ବାଚନ ଲଢ଼ିପାରିବେ। କିନ୍ତୁ ଶପଥ ଗ୍ରହଣ କିମ୍ବା ସଂସଦର ଅଧିବେଶନରେ ଉପସ୍ଥିତ ରହିବା ପାଇଁ ପ୍ରତ୍ୟେକ ଥର କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button