ଅପରାଧ

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ଯୁବକ, ରସି ଲଗାଇ ନିଜେ ଝୁଲିପଡ଼ିଲା ପୁଅ – Kalinga News

[ad_1]

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଦ୍ରୌପଦୀ ସାହୁ (୭୦) ଓ ତାଙ୍କର ପୁଅ ରଂଜିତ (୩୧)।

ପୁଲିସ ସୂତ୍ରରୁ ପ୍ରକାଶ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ଦୁଇବଖରା ଘରେ ରାମଚନ୍ଦ୍ର ସାହୁଙ୍କ ସ୍ତ୍ରୀ ଦ୍ରୌପଦୀ ଓ ସାନପୁଅ ରଂଜିତ ରହି ଆସୁଥିଲେ। ରାମଚନ୍ଦ୍ର ବହୁ ବର୍ଷ ପୂର୍ବେ ପରିବାର ଛାଡ଼ି ବାବାଜୀ ହୋଇ ଯାଇଥିଲେ। ନିଜ ଘରକୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ତାଙ୍କ ପରିବାରର ତିନୋଟି ବଡ଼ ଝିଅ ବିବାହ କରିସାରିଥିଲେ। ଏକମାତ୍ର ପୁଅ ରଞ୍ଜିତ ଟାଟା ପ୍ଲାଣ୍ଟରେ ରିଗର ଫିଟର ଭାବେ କାର୍ଯ୍ୟ କରିବା ସହ ସେୟାର ମାର୍କେଟିଂ ଓ ନିଜ ଘରେ ଛତୁ ଚାଷ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି। ଦ୍ରୌପଦୀଙ୍କ ବୟସ ଦିନକୁ ଦିନ ବଢ଼ୁ ଥିବାରୁ ପୁଅ ରଞ୍ଜିତଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ। କିନ୍ତୁ ରଂଜିତ ବିବାହ କରିବା ପାଇଁ ଇଚ୍ଛୁକ ନଥାନ୍ତି। ଫଳରେ ପୁଅକୁ ମା’ ବିବାହ କରିବାକୁ ବାରମ୍ବାର ବୁଝାଉଥାନ୍ତି। ପୁଅ ବିବାହ ନ ହେବାକୁ ରୋକ୍ ଠୋକ୍ ମନା କରୁଥାନ୍ତି। ହେଲେ ମା ପୁଅଙ୍କ ମଧ୍ୟରେ କେବେ କଳୀ ଝଗଡ଼ା ହୋଇ ଥିବା ପାଖ ପଡୋଶୀ କେହି ଜାଣି ନାହାଁନ୍ତି। ଉଭୟ ମା ପୁଅ ଖୁବ୍ ମେଳାପି ଓ ଶାନ୍ତ ସରଳ ବୋଲି ପାଖ ପଡୋଶୀ ପ୍ରକାଶ କରିଛନ୍ତି।

ସାନ ଜ୍ବାଇଁ ମନୋଜ ମଝିରେ ମଝିରେ ସେ ଶାଶୁ ଓ ଶଳା ରଞ୍ଜିତଙ୍କ ସହ ଫୋନ ଜରିଆରେ ଘରର ଭଲମନ୍ଦ କଥା ପଚାରି ବୁଝନ୍ତି। ସେ ଶେଷ ଥର ପାଇଁ ଗୁରୁବାର ଦିନ କଥା ହୋଇଥିଲେ। ହେଲେ ଶୁକ୍ରବାର ଦିନ ସକାଳୁ ଫୋନ ଯୋଗେ ଶାଶୁଙ୍କ ଘରେ ଥିବା ଲ୍ୟାଣ୍ଡ ଫୋନ କେହି ଉଠାଉ ନଥିବା ବେଳେ ଶଳା ମଧ୍ୟ ମୋବାଇଲ୍‌ ଫୋନ ଉଠାଇ ନଥିଲେ।  ତେବେ ମା’ ଓ  ପୁଅ କାହିଁକି ଫୋନ୍‌ ଉଠାଉ ନାହାନ୍ତି ବୋଲି ପାଖ ପଡ଼ୋଶୀରେ ଥିବା ଏକ ଦୋକାନୀଙ୍କୁ ଖବର ଦେଇଥିଲେ। ରଞ୍ଜିତଙ୍କ ସମ୍ପର୍କୀୟ ଭାଇ ଘର ନିକଟକୁ ଯାଇ ରଞ୍ଜିତଙ୍କୁ ଡ଼ାକି ଥିଲେ। ହେଲେ ଅନ୍ଧାର ଥିବାରୁ କବାଟ ଖୋଲି ଟର୍ଚ୍ଚ ମାରି ଦେଖିବକୁ ପାଇଲେ ଫ୍ୟାନ୍‌ରେ ଏକ ପ୍ଲାଷ୍ଟିକ ଦଉଡ଼ିରେ ଝୁଲୁଥିବା ଦେଖି ପାଖ ପଡୋଶୀଙ୍କୁ ଜଣାଇ ବଞ୍ଚିଥିବା ଭାବି ଝୁଲନ୍ତା ଫ୍ୟାନରୁ ଅଲଗା କରିଥିଲେ। ପରେ ଦେଖିବକୁ ପାଇଲେ ଦ୍ରୌପଦୀ ମଧ୍ୟ ଅନ୍ୟ ଏକ ଘର ଭିତରେ ରକ୍ତ ଜୁଡୁବୁଡ଼ି ଅବସ୍ଥାରେ ପଡ଼ିଛନ୍ତି। ରାତି ୮ଘଟିକା ସମୟରେ ଖବର ପାଇ ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button