ଖେଳ ଖବର

ବିଶ୍ବକପ ମ୍ୟାଚ ଦେଖିବାରେ କୌଣସି ଇଚ୍ଛା ନାହିଁ; ଏଭଳି କାହିଁକି କହିଲେ ରିୟାନ୍ – Kalinga News

[ad_1]


ମୁମ୍ବାଇ: ଆଇପିଏଲ ୨୦୨୪ କିଛି ଦିନ ତଳେ ଶେଷ ହୋଇଛି। କେକେଆର୍ ଏହି ସିଜନରେ ଟ୍ରଫି ଜିତିଥିବା ବେଳେ ଭଲ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛନ୍ତି ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ରିୟାନ୍ ପରାଗ । ତେବେ ଆଇପିଏଲ୍ ଶେଷ ହେବା ପରେ ରିୟାନ୍ ବାରମ୍ବାର ଚର୍ଚ୍ଚାକୁ ଆସୁଛନ୍ତି। କ୍ରିକେଟ ପାଇଁ ନୁହେଁ ବରଂ ଅନ୍ୟ କାରଣ ପାଇଁ । କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ହଟ୍ ଫଟୋ ସର୍ଚ୍ଚ କରି ଚର୍ଚ୍ଚାକୁ ଆସିଥିଲେ ରିୟାନ୍। ଏବେ ସେ ଟି-୨୦ ବିଶ୍ବକପକୁ ନେଇ ଦେଇଥିବା ମତ ପାଇଁ ଚର୍ଚ୍ଚାରେ ଅଛନ୍ତି।

ବିଶ୍ବକପ ଦେଖିବା ପାଇଁ ସାରା ଭାରତ ଉତ୍ସାହିତ ଥିବା ବେ‌ଳେ ମୋର କୌଣସି ଇଚ୍ଛା ନାହିଁ ବୋଲି କହିଛନ୍ତି ରିୟାନ। ସେ କହିଛନ୍ତି ଯେ, ସତ କହିବାକୁ ଗଲେ ମୁଁ ବିଶ୍ୱକପ୍ ଦେଖିବାକୁ ମଧ୍ୟ ଚାହେଁ ନାହିଁ। ଶେଷରେ କିଏ ଜିତୁଛି ମୁଁ ତାହା ଦେଖିବି ଏବଂ ଖୁସି ହେବି। ଯଦି ମୁଁ ବିଶ୍ୱକପ୍ ଖେଳିଥାନ୍ତି, ତେବେ ମୁଁ ମ୍ୟାଚ୍ ବିଷୟରେ ବା ଟପ୍-୪ ବିଷୟରେ ଚିନ୍ତା କରିଥାନ୍ତି।

ଟି-୨୦ ବିଶ୍ୱକପ ପାଇଁ ସମ୍ଭାବ୍ୟ ନାମଗୁଡ଼ିକ ମଧ୍ୟରେ ପରାଗଙ୍କ ନାମ ମଧ୍ୟ ଥିଲା। ହେ‌ଲେ ୧୫ଜଣିଆ ଦଳରେ ତାଙ୍କୁ ସାମିଲ କରାଯାଇନଥିଲା। ଆଇପିଏଲରେ ଭଲ ପ୍ରଦର୍ଶନ ପରେ ‌ସେ ଟି-୨୦ ବିଶ୍ବକପରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ, ହେଲେ ତାଙ୍କ ସ୍ବପ୍ନ ଭାଙ୍ଗିବାରୁ ସେ ଏଭଳି କହୁଥିବା କଥା ଲୋକ କହିବା ଆରମ୍ଭ କରିଛନ୍ତି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button