ଆଇଏଏସ୍ ଦମ୍ପତିଙ୍କ ଝିଅଙ୍କ ଆତ୍ମହତ୍ୟା, ଚିଠିରେ ଲେଖିଛନ୍ତି ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି – Kalinga News
[ad_1]
ନୂଆଦିଲ୍ଲୀ : ମହାରାଷ୍ଟ୍ର କାଡରର ଜଣେ ଆଇଏଏସ୍ ଦମ୍ପତିଙ୍କ ୨୭ ବର୍ଷୀୟା ଝିଅ ସୋମବାର ସକାଳେ ଆତ୍ମହତ୍ୟା କରିଦେଇଛନ୍ତି । ତାଙ୍କ ନାଁ ଲିପି। ଦକ୍ଷିଣ ମୁମ୍ବାଇରେ ରାଜ୍ୟ ସଚିବାଳୟ ନିକଟସ୍ଥ ସୁରୁଚି ଆପାର୍ଟମେଣ୍ଟର ୧୦ ମହଲାରୁ ସେ ଡେଇଁପଡ଼ି ଆତ୍ମହତ୍ୟା କରିଦେଇଛନ୍ତି। ସେ ଜଣେ ଆଇନ ଛାତ୍ରୀ ଏବଂ ହରିୟାଣାର ସୋନିପତରେ ସେ ଏଲଏଲବି କରୁଥିଲେ। ପୁଲିସ ଅନୁଯାୟୀ ଲିପି ତାଙ୍କ ପରୀକ୍ଷାରେ ଭଲ ନକରିବାରୁ ଏଥିରେ ଖୁବ୍ ଅସନ୍ତୁଷ୍ଟ ହୋଇ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଲିପିଙ୍କୁ ସଙ୍ଗେସଙ୍ଗେ ଜିଟି ହସ୍ପିଟାଲ୍ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଏଥିରେ ଲେଖାଯାଇଛି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଉକ୍ତ ଘଟଣାରେ କଫି ପରେଡ୍ ଥାନାରେ ଏକ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହୋଇଛି। ଲିପିଙ୍କ ବାପା ବିକାଶ ରସ୍ତୋଗି ମହାରାଷ୍ଟ୍ରର ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ । ତାଙ୍କ ମା’ ରାଧୀକା ରସ୍ତୋଗି ମଧ୍ୟ ରାଜ୍ୟ ସରକାରରେ ଜଣେ ବରିଷ୍ଠ ଆଇଏଏସ୍ ଅଫିସର।
[ad_2]