ମତଦାନ କମିବା ଅର୍ଥ ବିଜେପିର ଭାଗ୍ୟ ବଦଳିବା ନୁହେଁ: ୫ ରାଜ୍ୟରେ ୨% ହ୍ରାସ – Kalinga News

[ad_1]
ନୂଆଦିଲ୍ଲୀ: ଗତ ତିନୋଟି ଲୋକସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଥିଲା। ତେଣୁ ୨୦୨୪ ଲୋକସଭା ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଯାଇଥିବା ମତଦାନ ହ୍ରାସକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି। ରାଜନୀତି ବିଜ୍ଞାନୀ ନୀଳାଞ୍ଜନ ସରକାରଙ୍କ ଗବେଷଣା ଅନୁଯାୟୀ ସଂସଦୀୟ ନିର୍ବାଚନ ମଣ୍ଡଳୀ ସ୍ତରରେ ମତଦାନ ବୃଦ୍ଧି ଉଭୟ ୨୦୧୪ ଓ ୨୦୧୯ରେ ଭାରତୀୟ ଜନତା ପାର୍ଟିର ଭଲ ପ୍ରଦର୍ଶନ ସହିତ ଜଡ଼ିତ ଥିଲା। ତେଣୁ ୨୦୨୪ରେ ମତଦାନ ହାର କମିବା ବିଜେପି ପାଇଁ କ’ଣ ବିପରୀତ ଫଳ ଦେବ? ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶିତ ମତଦାନ ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ ଏ ନେଇ ସିଦ୍ଧାନ୍ତରେ ପହଞ୍ଚିବା ଏତେ ସରଳ ହୋଇ ନ ପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ୬ଟି ପର୍ଯ୍ୟାୟରେ ୪୮୬ଟି ପିସି (ସଂସଦୀୟ ନିର୍ବାଚନମଣ୍ଡଳୀ)ମଧ୍ୟରୁ ୪୮୫ଟିରେ ମତଦାନ ହୋଇଥିଲା କାରଣ ସୁରତରେ ବିଜେପି ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଏହି ୪୮୫ଟି ପିସିରେ ୨୦୧୯ ଲୋକସଭା ନିର୍ବାଚନରେ ୬୭.୬% ମତଦାନ ହୋଇଥିଲା। ୨୦୨୪ରେ ଏହି ସଂଖ୍ୟା ୬୬%କୁ ଖସି ଆସିଛି। ସାମଗ୍ରିକ ଭାବେ ୧.୬ ପ୍ରତିଶତର ଏହି ପରିବର୍ତ୍ତନ ଅତି ସାମାନ୍ୟ। ତେବେ ପ୍ରଥମ ପର୍ଯ୍ୟାୟରେ ୩.୯ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ୩.୫ ପ୍ରତିଶତ ମତଦାନ ହ୍ରାସ ପାଇଥିଲା। ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ଅନ୍ୟ ୪ଟି ପର୍ଯ୍ୟାୟରେ ମତଦାନ ହାର ୧.୪ ପ୍ରତିଶତ ହ୍ରାସ ପାଇଛି। ସପ୍ତମ ପର୍ଯ୍ୟାୟରେ ମତଦାନ ପାଖାପାଖି ୫ ପ୍ରତିଶତ କମ୍ ଥିଲା। ନିଶ୍ଚିତ ଭାବେ ଏହି ସଂଖ୍ୟାରେ ବାହାର (ଆଉଟର) ମଣିପୁର ଆସନ ଏବଂ ଆସାମ ଓ ଜମ୍ମୁ-କାଶ୍ମୀରର ୧୯ଟି ଆସନକୁ ବାଦ୍ ଦିଆଯାଇଛି। କାରଣ ବାହାର ମଣିପୁର ଆସନ ଦୁଇଟି ଭିନ୍ନ ପର୍ଯ୍ୟାୟରେ ଭୋଟ୍ ଦେଇଥିଲା ଏବଂ ଆସାମ ଓ ଜମ୍ମୁ-କାଶ୍ମୀର ଆସନଗୁଡ଼ିକର ସୀମାକୁ ୨୦୧୯ରୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ପୁନଃନିର୍ଦ୍ଧାରଣ କରାଯାଇଥିଲା। ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ମତଦାନରେ ବଡ଼ ଧରଣର ହ୍ରାସ ମୁଖ୍ୟତଃ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ସୀମିତ ରହିଥିଲା।
ଅନ୍ତତଃ ମତଦାନ ହ୍ରାସ ଓ ବିଜେପିର ପରାଜୟ ମଧ୍ୟରେ ସମ୍ପର୍କ ରଖିବା ବର୍ତ୍ତମାନ ସମୟରେ ସୁରକ୍ଷିତ ନୁହେଁ। ଯେଉଁ ୨୧୪ଟି ପିସିରେ ମତଦାନ ହାର ୨ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇଛି, ସେଥିମଧ୍ୟରୁ ୪୭ଟି କେରଳ ଓ ତାମିଲନାଡୁରେ ରହିଛି, ଯେଉଁଠାରେ ବିଜେପିର ପ୍ରଭାବ ସର୍ବନିମ୍ନ ରହିବ। ନିଶ୍ଚିତ ଭାବେ କହିବାକୁ ଗଲେ ମତଦାନ କମିବା ପଛରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କାରଣ ରହିଥିବା ସମ୍ପୂର୍ଣ୍ଣ ସମ୍ଭବ। ହରିୟାଣା, କେରଳ, ଗୁଜରାଟ, ରାଜସ୍ଥାନ ଓ ତାମିଲନାଡୁରେ ୨ ପ୍ରତିଶତରୁ ଅଧିକ ମତଦାନ ହ୍ରାସ ପାଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ କର୍ଣ୍ଣାଟକରେ କୌଣସି ପିସିରେ ୨ ପ୍ରତିଶତରୁ ଅଧିକ ମତଦାନ ହ୍ରାସ ପାଇନାହିଁ। ଯଦି ଆମେ ନିଜକୁ ୩୧୭ଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ସୀମିତ ରଖୁ, ଯେଉଁଠାରେ ମତଦାନ ହ୍ରାସ ପାଇଛି, ତେବେ ଏହି ଆସନ ଭାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ (ଅନ୍ତତଃ ବିଜେପି ଓ ସହଯୋଗୀ ଦଳମାନଙ୍କ ପାଇଁ)। ଗୁଜରାଟ ପ୍ରଭୃତି ରାଜ୍ୟରେ ମତଦାନ ହ୍ରାସ ପାଇଥିଲେ ବି ସେଠାରେ ବିଜେପିର ଭାଗ କମିବାର ନାହିଁ କିମ୍ବା କେରଳ ପ୍ରଭୃତି ରାଜ୍ୟରେ ମତଦାନ କମିଥିଲେ ମଧ୍ୟ ସେଠାରେ ବିଜେପିକୁ କିଛି ଲାଭ ମିଳିବାର ନାହିଁ।
[ad_2]




