ଭୋଟ ବେଳେ ହିଂସା: ସିସି କ୍ୟାମେରା ଭାଙ୍ଗିଲେ, ଏଜେଣ୍ଟଙ୍କୁ ମାଡ଼, ବୁଥ୍ ଜବରଦଖଲ – Kalinga News

[ad_1]
ଯାଜପୁର/ସଦର/ବରୀ: ଚତୁର୍ଥ ତଥା ଶେଷପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ଭୋଟ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ବିଶେଷକରି ବରୀ ଓ କୋରେଇ ନିର୍ବଚନମଣ୍ଡଳୀରେ ଅନେକ ବୁଥ୍ ଅଶାନ୍ତ ହୋଇପଡିଥିଲା। ବରୀ ନିର୍ବାଚନମଣ୍ଡଳୀର ୧୩୨ ନମ୍ବର ବୁଥ୍ରେ ଦୁର୍ବୃତ୍ତମାନେ ସିସି କ୍ୟାମେରା ଭାଙ୍ଗି ପକାଇଥିଲେ। ସେହିପରି କୃଷ୍ଣନଗର ୨୦୨ ନମ୍ବର ବୁଥ୍ରେ ସିସି କ୍ୟାମେରାରେ କପଡ଼ା ଗୁଡ଼ାଇ ଦେଇଥିଲେ। ଏହାକୁ ନେଇ ଉପରୋକ୍ତ ସ୍ଥାନରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଦୁର୍ବୃତ୍ତମାନେ ଭୋଟରଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା ବରୀ ରାମଚନ୍ଦ୍ରପୁର ଥାନା ଆଗରେ ଧାରଣା ଦେଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସାହୁପଡ଼ା ବୁଥ୍ ନମ୍ବର ୧୦୬ରେ ବିଜେପି ସମର୍ଥକ ହିମାଂଶୁ ସାହୁ ଓ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ମାଡ଼ ହୋଇଛି। ମହାକାଳପଡ଼ା ବୁଥ୍ରେ ଜଣେ ଭୋଟରଙ୍କୁ ମାଡ଼ ମାରି ନାକ ଫଟାଇ ଦେଇଛନ୍ତି। ୧୩୨ ନମ୍ବର ବୁଥ୍ ଭଅଁରାରେ ସିସି କ୍ୟାମେରା ଭାଙ୍ଗି ଦେବାରୁ ଭୋଟ ଗ୍ରହଣ ଦୁଇଘଣ୍ଟା ବନ୍ଦ ରହିଥିଲା। ରମ୍ପା ୧୭୩ ନମ୍ବର ବୁଥ୍ରେ ସକାଳେ ଦୁଇଘଣ୍ଟା ୪୫ ମିନିଟ ଇଭିଏମ୍ ଅଚଳ ରହିଥିଲା। ବୁଥ୍ ଭିତରେ ବହୁ ଲୋକ ଏକସଙ୍ଗେ ପଶିଯିବାରୁ ଦିନ ୩ଟା ପରେ ଭୋଟ ଗ୍ରହଣ ବନ୍ଦ କରାଯାଇଥିଲା। ଏହି ବୁଥ୍ରେ ୧୫୦୦ ରୁ ଊର୍ଦ୍ଧ୍ବ ଭୋଟର ଥିବାବେଳେ ପ୍ରାୟ ଅଧା ଭୋଟ ଦେବାକୁ ବାକି ରହିଥିଲେ। ୬ଟା ପରେ ଦୁଇଜଣ ପୁଲିଂ ଷ୍ଟାଫ୍ ଓ ପୁଲିସ ପହଞ୍ଚିବା ପରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭିତରେ ପ୍ରାୟ ୩ଶହ ଲୋକ ଅଛନ୍ତି। ୬ଟା ପରେ ଆଉ ଭିତରକୁ ଛଡ଼ା ନଯିବାରୁ ପ୍ରାୟ ୨ ଶହ ଭୋଟର ଫେରିଯାଇଥିବା ଜଣାପଡ଼ିଛି। ସେହିପରି କୋରେଇ ନିର୍ବାଚନମଣ୍ଡଳୀରେ ୧୮୫ ନମ୍ବର ବଡ଼କଇଁଚି ବୁଥ୍ରେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ବିଜେଡି ସମର୍ଥକମାନେ ଆକ୍ରମଣ କରିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନା ପଠାଯାଇଥିଲା। କୋରେଇର ୨୦୨ ନମ୍ବର ବୁଥ୍କୁ କେତେକ ଲୋକ ଜବରଦଖଲ କରିବାକୁ ଉଦ୍ୟମ କରିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୁଲିସ ପହଞ୍ଚି ଶାନ୍ତି ରକ୍ଷା ପାଇଁ ଉଦ୍ୟମ କରିଥିଲା।
ଧର୍ମଶାଳା ନିର୍ବାଚନମଣ୍ଡଳୀର ରାଇଛନ୍ଦା ପଞ୍ଚାୟତ ଅମୃତମଣୋହି ୧୫ ନମ୍ବର ବୁଥ୍ରେ ଗଣ୍ଡଗୋଳ ହେବାରୁ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଅଣ୍ଟିଆ ତଳସାହି ବୁଥ୍ରେ ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ଲୋକମାନେ ଅଶାଳୀନ ଭାଷାରେ ଗାଳିଗୁଲଜ କରି ତଡ଼ି ଦେଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
[ad_2]