ଦେଶ- ବିଦେଶ

ପିଓକେ ପାକିସ୍ତାନର ନୁହେଁ, ଏହା ଏକ ବିଦେଶୀ ଅଞ୍ଚଳ: ପାକ୍ ଅତିରିକ୍ତ ଆଟର୍ଣ୍ଣି ଜେନେରାଲ୍ – Kalinga News

[ad_1]

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଏକ ବିଦେଶୀ ଅଞ୍ଚଳ ଏବଂ ଏହା ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟରେ ସ୍ୱୀକାର କରିଛନ୍ତି। କାଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହଙ୍କୁ ମେ ୧୫ ତାରିଖରେ ରାୱଲପିଣ୍ଡିସ୍ଥିତ ତାଙ୍କ ଘରୁ ଅପହରଣ ମାମଲାରେ ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଏହା ସ୍ବୀକାର କରିଛନ୍ତି। କବିଙ୍କ ପତ୍ନୀଙ୍କ ଆବେଦନ ପରେ ଇସଲାମାବାଦ ହାଇକୋର୍ଟର ବିଚାରପତି ମୋହସିନ ଅଖତର କୟାନୀ ଫରହାଦ ଶାହଙ୍କୁ କୋର୍ଟରେ ହାଜର କରାଇବାକୁ ଆଦେଶ ଦେଇଥିଲେ। ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଜଷ୍ଟିସ କୟାନିଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଫରହାଦ ଶାହ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ପୁଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇପାରିବ ନାହିଁ। ଅତିରିକ୍ତ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ କାଶ୍ମୀର ଏକ ବିଦେଶୀ ଅଞ୍ଚଳ ଯାହାର ନିଜସ୍ୱ ସମ୍ବିଧାନ ଓ ନିଜସ୍ୱ ଅଦାଲତ ଅଛି ଏବଂ ପିଓକେରେ ପାକିସ୍ତାନୀ ଅଦାଲତଙ୍କ ରାୟକୁ ବିଦେଶୀ ଅଦାଲତର ରାୟ ଭାବରେ ଦେଖାଯାଏ। କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହ ପିଓକେ ଓ ଏହାର ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ କାର୍ଯ୍ୟକର୍ତ୍ତା। ଅତୀତରେ ସେ ପିଓକେରେ ଅନେକ ସରକାର-ବିରୋଧୀ ବିକ୍ଷୋଭର ନେତୃତ୍ୱ ନେଇଥିଲେ ଓ ଅଂଶଗ୍ରହଣ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button