ରାଜ୍ୟ

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ  – Kalinga News

[ad_1]

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ ବଜ୍ରପାତ ଯୋଗୁ ୪ ଗୋରୁ ମୃତ୍ୟୁବରଣ କରିଛନ୍ତି  । କାଳ ବୈଶାଖୀ ବର୍ଷା ଯୋଗୁ ଗାଇ ବଳଦ ଗ୍ରାମ ପାଖ ତେନ୍ତୁଳି ଗଛ ମୁଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହୋଇ ୪ଗାଈ ବଳଦଙ୍କ ମୃତ ହୋଇଛି ।

ଉକ୍ତ ୪ଟି ଗାଈ ବଳଦ କିଲାବାଡ଼ି ଗ୍ରାମର ଦୁଇ ଭାଇ ଖ୍ରୀଷ୍ଟ ପ୍ରଧାନ ଓ ରଞ୍ଜିତ ପ୍ରଧାନଙ୍କର ବୋଲି  ଜଣାପଡିଛି । ଖ୍ରୀଷ୍ଟ ପ୍ରଧାନଙ୍କ ଗୋଟିଏ ଗାଈ ଓ ରଞ୍ଜିତ ପ୍ରଧାନଙ୍କ ଗୋଟିଏ ଗାଈ ଓ ଦୁଇଟି ବଳଦ ମୃତ୍ୟୁ ହୋଇଛି । ଏହି ଘଟଣାରେ ଖ୍ରୀଷ୍ଟ  ଓ ରଞ୍ଜିତ ଲିଖିତ ଭାବେ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଓ ତହସିଲଦାରଙ୍କୁ ଜଣାଇବା ପରେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ତଦନ୍ତ କରାଯାଉଥିବା  ସୂଚନା ମିଳିଛି ।

The post ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ  appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button