ଖେଳ ଖବର

ଟି୨୦ ବିଶ୍ବକପ୍ ମ୍ୟାଚରେ ବିଜୟୀ ହେବାପାଇଁ ଗୁରୁମନ୍ତ୍ର ଦେଲେ ଯୁବରାଜ – Kalinga News

[ad_1]


ନୂଆଦିଲ୍ଲୀ: ଆଇସିସି ମ୍ୟାନ୍ସ ଟି୨୦ ବିଶ୍ବକପ ୨୦୨୪ର ଆରମ୍ଭ ହୋଇଯାଇଛି। ଚଳିତଥର ଟି୨୦ ବିଶ୍ବକପ ୱେଷ୍ଟଇଣ୍ଡିଜ ଓ ୟୁଏସଏରେ ଖେଳାଯିବ। ଏହି କ୍ରମରେ ଟି୨୦ ବିଶ୍ବକପରେ ଭାରତୀୟ ଦଳ ଉପରେ ସମସ୍ତଙ୍କ ଧ୍ୟାନ ରହିଛି। ସେହିପରି ଭାରତୀୟ ଦଳର ଲକ୍ଷ୍ୟ ଦିତ୍ବୀୟଥର ଟି୨୦ ବିଶ୍ବକପରେ କିପରି ବିଜୟୀ ହେବେ ସେଥିପ୍ରତି ରହିଛି।

ଏହି କ୍ରମରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଯୁବରାଜ ସିଂହ ଟି୨୦ ବିଶ୍ବକପକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଭାରତ ୨୦୦୭ରେ ପ୍ରଥମ ଟି-୨୦ବିଶ୍ବକପ ଜିତିଥିଲା। ଯେଉଁଥିରେ ଯୁବରାଜ ଇଂଲଣ୍ଡର ବିରୋଧରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ।

ଟି୨୦ ବିଶ୍ବକପ ମ୍ୟାଚକୁ ନେଇ ଯୁବରାଜଙ୍କୁ ପ୍ରଶ୍ନ କରାଯାଇଥିଲା ଭାରତ ଗତ ଏକ ଦଶକରୁ ଅଧିକ ସମୟ ହେବ ଆଇସିସି ଟ୍ରଫି କାହିଁକି ଜିତି ପାରୁନାହିଁ?

ଏହାର ଉତ୍ତରରେ ଯୁବରାଜ କହିଥିଲେ, ‘ମୋର ବିଶ୍ବାସ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଆମଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ଦୃଢ଼ ଆତ୍ମବିଶ୍ବାସ ରହିଛି। ତେଣୁ ଏହି ଆତ୍ମବିଶ୍ବାସ ରଖି ସମ୍ପୂର୍ଣ୍ଣ ଟିମ ଯଦି ନିଜନିଜ କ୍ଷମତା ଅନୁଯାୟୀ ଖେଳିବେ ତେବେ ନିଶ୍ଚୟ ବିଜୟୀ ହେବେ। ମୁଁ ଭାବୁଛି ଆମ ଦଳ ବିଜୟୀ ହେବାର ଯେଉଁ ଆଶା ରଖିଛି ଚଳିତଥର ତାହା ନିଶ୍ଚୟ ପୂରା ହେବ।’




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button