ଖେଳ ଖବର

ଇଡେନ୍‌ରେ ଛକା ଝଡ଼: କେକେଆର୍‌ ୪ ରନ୍‌ରେ ଜିତିଲା – Kalinga News

[ad_1]

କୋଲକାତା: ହୃତ୍‌ସ୍ପନ୍ଦନ ବନ୍ଦ ହେଲା ଭଳି ଉତ୍କଣ୍ଠାପୂର୍ଣ୍ଣ ତଥା ନାଟକୀୟ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନ୍‌ରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)। ଶନିବାର ରାତିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏକଦା ପରାଜୟ ଦ୍ବାର ଦେଶରେ ଥିଲା। ହେଲେ ଦକ୍ଷିଣ ଆଫ୍ରିକୀୟ ହେନରିଜ୍ କ୍ଲାସେଁ (୬୩ ରନ୍, ୨୯ ବଲ୍, ୮ ଛକା) ଛକା ବର୍ଷା କରି ଦଳକୁ କେକେଆର୍‌ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିବା ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭରକୁ କିନ୍ତୁ ଯେମତି ସବୁ ରୋମାଞ୍ଚ ବାକି ରହିଥିଲା। ୬ ବଲ୍‌ରୁ ୧୩ ରନ୍‌ର ଦରକାର ଥିଲା ବେଳେ ହର୍ଷିତ ରାଣାଙ୍କ ପ୍ରଥମ ବଲ୍‌କୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ କ୍ଲାସେଁ। ଫଳରେ ‌‌ଶେଷ ୫ ବଲ୍‌ରୁ କେବଳ ୭ ରନ୍‌ର ଦରକାର ଥିଲା। ଏହିଠାରେ କିନ୍ତୁ ମ୍ୟାଚ୍ ପୁଣି ପଲଟିଥିଲା। ହର୍‌ ନ ମାନି ରାଣା ତୃତୀୟ ଓ ପଞ୍ଚମ ବଲ୍‌ରେ ଫର୍ମରେ ଥିବା ଶହାବାଜ ଅହମ୍ମଦ ଓ ବିପଜ୍ଜନକ କ୍ଲ‌ାସେଁକୁ ଆଉଟ୍ କରି କେକେଆର୍‌କୁ ଜବରଦସ୍ତ ବିଜୟ ଉପହାର ଦେଇଥିଲେ। ଶେଷ ୪ବଲ୍‌ରୁ ସନ୍‌ରାଇଜର୍ସ କେବଳ ଗୋଟିଏ ରନ୍ କରିପାରିଥିଲା। ୨୦୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦୪ ରନ୍‌ରେ ଅଟକି ଯାଇଥିଲା।

ପୂର୍ବରୁ ସନ୍‌ରାଇଜର୍ସ ଟସ୍ ଜିତି ଚାରିଟି ପ୍ରାରମ୍ଭିକ ଝଟ୍‌କା ଦେଇ କେକେଆର୍‌କୁ ଦୋହଲାଇ ଦେଇଥିଲା। ଘରୋଇ ପରିବେଶରେ ଏହି ଦଳର ୪ ଶୀର୍ଷକ୍ରମ ବ୍ୟାଟର୍ ସୁନୀଲ ନାରାୟଣ (୨), ଭେଙ୍କଟେଶ ଆୟର (୭), ଅଧିନାୟକ ଶ୍ରେୟସ୍ ଆୟର (୦) ଓ ନୀତୀଶ ରାଣା (୯) ଆଶ୍ଚର୍ଯ୍ୟଜନକ ଭାବେ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। କେବଳ ଓପନର ଫିଲ୍ ସଲ୍ଟ (୫୪ ରନ୍, ୪୦ ବଲ୍) ଲଢ଼ୁଆ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ତଥାପି କେକେଆର୍‌ ଦ୍ବାଦଶ ଓଭରରେ ଶତକ ଛୁଇଁ ସଂଘର୍ଷ କରିଥିଲା। ୧୧୯ ରନ୍‌ରେ ୬ଜଣ ବ୍ୟାଟର୍‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହା ପରେ କିନ୍ତୁ ‌କେକେଆର୍‌ ବ୍ୟାଟିଂରେ ଥିବା ଗଭୀରତା କାମରେ ଆସିଥିଲା। ଅଲରାଉଣ୍ଡର୍ ଆନ୍ଦ୍ରେ ରସେଲ୍ ୨୦ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ସନ୍‌ରାଇଜର୍ସ ବୋଲରଙ୍କୁ ପୂରା ଘାଇଲା କରି ଦେଇଥିଲେ। ଦୁଇ ଯୁବ ସିଂହ ରମଣଦୀପ (୩୫ ରନ୍, ୧୭ ବଲ୍) ଓ ରିଙ୍କୁ ମଧ୍ୟ ନିର୍ଭୀକ କ୍ରିକେଟ୍ ଖେଳି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଶେଷ ୫ ଓଭରରୁ ୬୭ ରନ୍ ଅମଳ କରି ୭ ୱିକେଟ୍ ବିନିମୟରେ ୨୦୮ ରନ୍‌ର ବିଶାଳ ସ୍କୋର କରିନେଇଥିଲା।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ: ୨୦ ଓଭରରେ ୨୦୮/୭ (ଆ‌‌ନ୍ଦ୍ରେ ରସଲେ-୬୪*, ଫିଲ୍ ସଲ୍ଟ-୫୪, ରମଣଦୀପ ସିଂହ-୩୫, ରିଙ୍କୁ ସିଂହ-୨୩, ଟି ନଟରାଜନ-୩/୩୨, ମୟଙ୍କ ମା‌ର୍କଣ୍ଡେ-୨/୩୯, ପ୍ୟାଟ୍ କମିନ୍ସ-୧/୩୨)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୦୪/୭ (ହେନରିକ୍ କ୍ଲାସେଁ-୬୩, ମୟଙ୍କ ଅଗ୍ରୱାଲ-୩୨, ଅଭିଷେକ ଶର୍ମା-୩୨,‌ ହର୍ଷିତ ରାଣା-୩/୩୩, ଆନ୍ଦ୍ରେ ରସେଲ-୨/୨୫, ସୁନୀଲ ନାରାୟଣ-୧/୧୯, ବରୁଣ ଚକ୍ରବର୍ତ୍ତୀ-୧/୫୫)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button