ମନୋରଞ୍ଜନ

ବ୍ରକଅପ୍ ହୋଇଯାଇଥିବା ଚର୍ଚ୍ଚା ଭିତରେ ମଲାଇକା ଓ ଅର୍ଜୁନ କଲେ ଏଭଳି ପୋଷ୍ଟ – Kalinga News

[ad_1]


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋଡା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ବ୍ରେକଅପ ହୋଇଯାଇଥିବା ଖବର ଚର୍ଚ୍ଚାରେ ରହିଛି। ଏସବୁ ମଧ୍ୟରେ ଅର୍ଜୁନ ଏବଂ ମଲାଇକା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ସ୍ବତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି।

ଯେଉଁଥିରେ ଅର୍ଜୁନ କପୁର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଆମ ଜୀବନରେ ଦୁଇଟି ବିକଳ୍ପ ଅଛି। ପ୍ରଥମତଃ ଆମେ ଆମର ଅତୀତର ବନ୍ଦୀ ହୋଇପାରିବା । ଦ୍ୱିତୀୟରେ ଆମେ ଭବିଷ୍ୟତର ସମ୍ଭାବନାକୁ ଖୋଜି ପାରିବା।

ନିକଟରେ ମଲାଇକାଙ୍କ ମ୍ୟାନେଜର ଅର୍ଜୁନଙ୍କ ସହ ଅଭିନେତ୍ରୀଙ୍କ ବ୍ରେକଅପ୍ ଗୁଜବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଜୁନ ଏଭଳି ଏକ ପୋଷ୍ଟକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ମଲାଇକା ଆରୋରା ମଧ୍ୟ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି।

ଅଭିନେତ୍ରୀ ମଲାଇକା ଆରୋଡ଼ା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ପୃଥିବୀର ସବୁଠାରୁ ବଡ ଧନ ହେଉଛି ଯେଉଁମାନେ ଆମକୁ ଭଲ ପାଆନ୍ତି ଏବଂ ସମର୍ଥନ କରନ୍ତି। ଏହିପରି ଲୋକଙ୍କୁ କିଣାଯାଇପାରିବ ନାହିଁ କିମ୍ବା ପରିବର୍ତ୍ତନ କରାଯାଇପାରିବ ନାହିଁ  ପ୍ରତ୍ୟେକଙ୍କ ପାଖରେ ଏଭଳି ଅଳ୍ପ କିଛି ଲୋକ ଅଛନ୍ତି ।

ପ୍ରକାଶିତ ରିପୋର୍ଟ ମୁତାବକ, ୨୦୧୯ରେ ମଲାଇକା ଏବଂ ଅର୍ଜୁନ କପୁର ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କର ଘୋଷଣା କରିଥିଲେ। କିଛିମାସ ହେବ ଦୁ‌ହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

 




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button